ମହେନ୍ଦ୍ର ସିଂ ଧୋନିଙ୍କୁ ମିଳିଲା ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାର ନିମନ୍ତ୍ରଣ

ସଚିନ ତେନ୍ଦୁଲକର ଓ ହରଭଜନ ସିଂ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ । ଏହିପରି ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ଏହାରି ଭିତରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବି ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ମିଳିଛି ।

ଆସନ୍ତା ୨୨ ତାରିଖକୁ ଅପେକ୍ଷା କରିଛି ଭାରତ ସମେତ ସାରା ବିଶ୍ୱ । ଏହି ଦିନ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ହେବାକୁ ଯାଉଛି । ସମାରୋହ ପୂର୍ବରୁ ଅଯୋଧ୍ୟା ସହରକୁ ଭବ୍ୟ ଶୈଳୀରେ ସଜାଯାଉଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ହଜାର ହଜାର ଅତିଥି ସାମିଲ ହେବେ ।

ସଚିନ ତେନ୍ଦୁଲକର ଓ ହରଭଜନ ସିଂ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ । ଏହିପରି ବିରାଟ କୋହଲି ଓ ରୋହିତ ଶର୍ମା ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ଏହାରି ଭିତରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବି ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ମିଳିଛି ।

ଆର୍‌ଏସ୍‌ଏସ୍‌ର ସହ ପ୍ରାନ୍ତ କାର୍ଯ୍ୟବାହୀ ଧନଞ୍ଜୟ ସିଂ ଧୋନିଙ୍କୁ ଏହି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ଏହି ସମୟରେ ବିଜେପି ପ୍ରଦେଶ ସଙ୍ଗଠନ ମହାମନ୍ତ୍ରୀ କର୍ମବୀର ସିଂ ଉପସ୍ଥିତ ଥିଲେ । କହି ରଖୁଛୁ, ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟିକତ୍ୱରେ ଭାରତୀୟ ଟିମ୍‌ ୨୦୦୭ ଟି୨୦ ବିଶ୍ୱକପ୍‌ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍‌ ଟାଇଟଲ ହାସଲ କରିଥିଲା ।

ଧୋନି ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । କିନ୍ତୁ ସେ ଏ ପର୍ଯ୍ୟନ୍ତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ପାଇଁ ଖେଳୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.