Below header

ଲକ୍‌ଡାଉନ୍‌ରେ ରକ୍ତ ଅଭାବ, ବ୍ଲଡ୍‌ବ୍ୟାଙ୍କ କର୍ମଚାରୀ ନିଜେ ରକ୍ତ ଦେଇ ବଞ୍ଚାଇଲେ ୫ ବର୍ଷ ବୟସର କ୍ୟାନସର ରୋଗୀର ଜୀବନ

ଭୁବନେଶ୍ୱର (କେ ନ୍ୟୁଜ୍‌) : ସ୍ଥାନୀୟ କ୍ୟାପିଟାଲ ହସପିଟାଲ ରକ୍ତ ଭଣ୍ଡାରରେ ପହଞ୍ଚିଲେ ଜଣେ ମହିଳା । ତାଙ୍କ ଭଉଣୀର ୫ ବର୍ଷର ପୁଅ କଟକ ଆଚାର୍ଯ୍ୟ ହରିହର କର୍କଟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସାଧୀନ । ପିଲାଟିକୁ ରକ୍ତ ଦରକାର ଥିଲା । ଆଉ କେଉଁଠୁ ଯୋଗାଡ଼ ହୋଇ ପାରିଲା ନାହିଁ । ତେଣୁ ଆଶା କରି ଆସି ପହଞ୍ଚିଥିଲେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ । ଏଠି ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଲା । କାରଣ ଲକ୍‌ଡାଉନ୍‌ ଯୋଗୁଁ କେହି ରକ୍ତଦାନ କରିବାକୁ ଆସୁନାହାନ୍ତି । ଫଳରେ ରକ୍ତ ଭଣ୍ଡାରରେ ମଧ୍ୟ ବିଭିନ୍ନ ଗ୍ରୁପ୍‌ର ରକ୍ତ ପ୍ରାୟ ମିଳୁ ନାହିଁ । ଅନେକ ସମୟ ଅପେକ୍ଷା କଲେ ମହିଳା ଜଣକ । ଆଶା ଥିଲା କାଳେ କାହାଠାରୁ ରକ୍ତ ମିଳିଯିବ । ହେଲେ ସେଭଳି କିଛି ଘଟିଲା ନାହିଁ ।

BLOOD-3ଠିକ୍‌ ଏତିକି ବେଳେ ଦେବଦୂତ ସାଜିଲେ ବ୍ଲଡ୍‌ବ୍ୟାଙ୍କର ଜଣେ କର୍ମଚାରୀ । ତାଙ୍କ ନାଁ ରଜତ । ସେ ନିଜେ ଆଗେଇ ଆସି ରକ୍ତ ଦେଲେ ଏବଂ ମହିଳା ଜଣକ ସେହି ରକ୍ତ ଧରି କଟକ ଗଲେ । ରଜତଙ୍କ ଏହି କାମକୁ ସମସ୍ତେ ତାରିଫ କରିଛନ୍ତି । ଏଭଳି ଅସମୟରେ ସେ ଜଣେ ଅସହାୟ ରୋଗୀକୁ ସାହା ହୋଇଛନ୍ତି ।

BLOOD-1ତେବେ ଲକ୍‌ଡାଉନ୍‌ ସିନା କରୋନାକୁ ରୋକିବାକୁ କରାଯାଇଛି ହେଲେ ତା ଭିତରେ ଅନେକଙ୍କ ଲକ୍‌ ଏଭଳି ଭାବେ ତାଲା ଭିତରେ ବନ୍ଦ ହୋଇଯାଇଛି । ଏ ଦିଗରେ ସରକାର ଧ୍ୟାନ ଦେବା କଥା । କାରଣ ବ୍ଲଡ୍‌ବ୍ୟାଙ୍କରେ ବ୍ଲଡ୍‌ ନରହିଲେ ଏଭଳି ସମସ୍ୟା ହେବ । ତେଣୁ ଏଥିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହେବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.