ଲକଡାଉନରେ କାମ କରୁଥିବା କର୍ମଚାରୀଙ୍କୁ ଉପହାର ଦେବେ ଏହି ସବୁ ବ୍ୟାଙ୍କ, କଲେ ଘୋଷଣା

ବର୍ତ୍ତମାନର କରୋନା ସ୍ଥିତିରେ ବ୍ୟାଙ୍କରେ କାମ କରୁଥିବା କର୍ମଚାରୀଙ୍କୁ ଉପହାର ଦେବାକୁ ଯାଉଛି ବ୍ୟାଙ୍କ। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଓ ବ୍ୟାଙ୍କ ଅଫ ବରୋଦା କରୋନା ଭାଇରସ ମହାମାରୀ ସମୟରେ ନିଜ ଜୀବନକୁ ତୁଛ କରି ଲକଡାଉନ ବେଳେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। SBI ଘୋଷଣା କରିଛି ଯେ ଯେଉଁ କର୍ମଚାରୀ ଲକଡାଉନ ବେଳେ ବ୍ୟାଙ୍କ ଆସୁଛନ୍ତି ସେମାନଙ୍କୁ ବ୍ୟାଙ୍କ ଅତିରିକ୍ତ ଦରମା ଦେବ। ସେହିପରି ବ୍ୟାଙ୍କ ଅଫ ବରୋଦା ମଧ୍ୟ ପ୍ରତି କର୍ମଚାରୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛି।

Are you a SBI user? These crucial changes come into effect from ...

SBI ଘୋଷଣା କରିଛି ଯେ ଯେଉଁ କର୍ମଚାରୀମାନେ ମାର୍ଚ୍ଚ ୨୩ରୁ ଏପ୍ରିଲ ୧୪ ଯାଏଁ ବ୍ୟାଙ୍କରେ କାମ କରୁଛନ୍ତି ସେମାନଙ୍କୁ ଏକ୍ସଟ୍ରା ଦରମା ମିଳିବ। ଏହି ତାଲିକାରେ CPCs, CACs, Treasury Operations, Global Markets, GITS ଓ IT Servicesର କର୍ମଚାରୀଙ୍କୁ ସାମିଲ କରାଯାଇଛି।

Bank Jobs: Bank of Baroda starts recruitment of IT professionals

ସେହିପରି ବ୍ୟାଙ୍କ ଅଫ ବରୋଦା ମଧ୍ୟ କରୋନା ସ୍ଥିତିରେ ଅଫିସ ଆସି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଚଳିତ ମାସରେ ଅତିରିକ୍ତ ୨୦୦୦ ଟଙ୍କା ଦେବାକୁ ଘୋଷଣା କରିଛି।

ବ୍ୟାଙ୍କ ତରଫରୁ କୁହାଯାଇଛି ଯେ ଏହି ଧନରାଶିର ବ୍ୟବହାର କର୍ମଚାରୀମାନେ ନିଜକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.