Below header

କରୋନା ରୋଗୀଙ୍କ ଚିକିତ୍ସା କରୁଛି ରୋବଟ “ସୋନା” , ଠିକ ସମୟରେ ଔଷଧ ଦେବା ସହ ଏମିତି କରୁଛି କାମ; ଦେଖନ୍ତୁ ଭିଡିଓ

କରୋନା ଭାଇରସର ଭୟାବହତାକୁ ଦେଖି ଡାକ୍ତରମାନେ ମଧ୍ୟ ରୋଗୀ ଦେଖିବାକୁ ଭୟ କଲେଣି। ରୋଗ କୋଉଠୁ କେମିତି ଜଣଙ୍କୁ କବ୍ଜା କରିବ ତାହା ସ୍ପଷ୍ଟ ଭାବେ ଜଣାପଡୁନଥିବାରୁ ଲୋକମାନେ କରୋନାକୁ ନେଇ ବ୍ୟତିବ୍ୟସ୍ତ ଅଛନ୍ତି। ମାତ୍ର ଏହି ସମୟରେ ଜୟପୁରର ଏକ ହସ୍ପିଟାଲରେ ଏକ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଦେଖିଲେ ଆପଣଙ୍କ ମନ ମଧ୍ୟ ଖୁସି ହୋଇଯିବ। ଜୟପୁରର ମାନସିଂହ ହସ୍ପିଟାଲରେ ମଣିଷ ନୁହେଁ ବରଂ ଏକ ରୋବଟ ରୋଗୀଙ୍କ ଯତ୍ନ ନେଉଥିବା ଦେଖିବାକୁ ମିଳିଛି।

Club First - Posts | Facebook

ରିପୋର୍ଟ ମୁତାବକ ଉକ୍ତ ରୋବଟର ନାମ ସୋନା ୨.୫। ସୋନା କେବଳ ରୋଗଙ୍କ ଯତ୍ନ ନେଉନି ସମୟ ଅନୁସାରେ ତାଙ୍କୁ ଔଷଧ ମଧ୍ୟ ଖୁଆଉଛି। ଏଠି ସହ ସବୁବେଳେ ହିନ୍ଦୀରେ କହୁଛି ଯେ “ମୁଁ ସୋନା ୨.୫ ଆପଣଙ୍କ ସୁରକ୍ଷା ପାଇଁ କାମ କରୁଛି। ମତେ କରୋନା ହୋଇନି। ଆପଣ ମଧ୍ୟ ନିଜ ଯତ୍ନ ନିଅନ୍ତୁ। ମତେ ଆପଣଙ୍କ ସେବା କରିବା ସୁଯୋଗ ମିଳିଲା ଧନ୍ୟବାଦ।” ଦିନରାତି ୨୪ ଘଣ୍ଟା ମେଡିକାଲରେ ଏହି ସ୍ୱର ଶୁଣିବାକୁ ମିଳୁଛି। ସୋନାର କାମକୁ ଦେଖି ରୋଗୀ ମଧ୍ୟ ଖୁସି ଥିବା କହିଛନ୍ତି।

ଦେଖନ୍ତୁ ଭିଡିଓ:

Video Courtesy: Civil Engineers Adda

ସୋନା ସମ୍ପର୍କରେ ରୋବଟ ବିଶେଷଜ୍ଞ କହିଛନ୍ତି ଯେ ସୋନାକୁ ଷ୍ଟାଣ୍ଡ ବାଏ ମୋଡ଼ରେ ରଖାଯାଇଛି। ଫଳରେ ବ୍ୟାଟେରୀ ଅଧିକ ସମୟ ରହିପାରିବ। ତାକୁ ଯେଉଁ ସର୍ଭିସ ଦିଆଯିବ ସେ ତାକୁ ସାରି ପୁଣିଥରେ ନିଜ ସ୍ଥାନକୁ ଫେରିଆସିଥାଏ। ବର୍ତ୍ତମାନ ମଣିଷଙ୍କ ସଂକ୍ରମଣର ଭୟ ଥିବାରୁ ମେଡିକାଲ କର୍ତ୍ତୃପକ୍ଷ ରୋବଟର ସାହାଯ୍ୟ ନେଇଛନ୍ତି।

Preparations to serve Corona infected with robots in Jaipur

ଯଦି କେହି ସୋନା ଆଖପାଖରେ ଚଳପ୍ରଚଳ କରୁଛି ତେବେ ସେ ତାଙ୍କୁ ମଧ୍ୟ ବାରମ୍ବାର ହାତ ଧୋଇବାକୁ ଓ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥାଏ। ଖାସ କରି ସଂକ୍ରମଣକୁ ଏଡାଇବାକୁ ମେଡିକାଲ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏହି ନିଷ୍ପତ୍ତିକୁ ସମସ୍ତେ ପ୍ରଶଂସା କରୁଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.