ଗଜପତି : ଆମ୍ବୁଲାନ୍ସ ଡ୍ରାଇଭର୍‌ଙ୍କ ମୁଣ୍ଡରେ ହେଲମେଟ୍‌ କାହିଁକି ?

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ସମଗ୍ର ବିଶ୍ବରେ ଏବେ କୋରନାର ଭୟ। ଅଜବ ଗଜବ ଖବର ସବୁ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ବିଶ୍ବର କୋଣ ଅନୁକୋଣରୁ। ତେବେ ଆମ ରାଜ୍ୟ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ଦୃଶ୍ୟ ଆପଣକୁ ଚକିତ କରିଦେବ । ଲକଡାଉନ ଯୋଗୁଁ ପୋଲିସ ସ୍ଥାନୀୟ କଲେଜ ଛକ ଠାରେ ନାକାବନ୍ଦୀ କରିଥିବା ବେଳେ ଗୋଟିଏ ଆମ୍ବୁଲାନ୍ସ ଆସି ପହଞ୍ଚିଲା କିନ୍ତୁ ସେଥିରେ ଥିବା ଡ୍ରାଇଭର ହେଲମେଟ ପିନ୍ଧି ଗାଡି ଚଳାଉଥିଲେ । ତାଙ୍କୁ ପଚାରି ବୁଝିବାରୁ ଡ୍ରାଇଭର ବାବୁ କହିଲେ କୋରନାରୁ ରକ୍ଷା ପାଇବା ପାଇଁ ସର୍ତକତା ମୂଳକ ଭାବେ ହେଲମେଟ୍‌ ପିନ୍ଧିଛନ୍ତି ।
ଆପଣ ହସିବେ ନା କାନ୍ଦିବେ । ତେବେ ଏତେ ସଚେତନତା ପରେ ମଧ୍ୟ ଏପରି ଦୃଶ୍ୟ ଆମ ମାନସିକତା ବୁଝିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.