ଓଡ଼ିଶାରେ ନବୀନଙ୍କ ବିକଳ୍ପ କେହି ଦେଖାଯାଉନାହାନ୍ତି: ପ୍ରଭୁ ଚାଓ୍ବଲା

ଇଣ୍ଡିଆନ ଏକ୍ସପ୍ରେସ ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେବା ଅବସରରେ ଏଭଳି କହିଛନ୍ତି ଏହାର ମୁଖ୍ୟ ସଂପାଦକ ପ୍ରଭୁ ଚାଓ୍ବଲା । ସେ କହିଛନ୍ତି, ମୁଁ ଆଜି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ଯାଦୁ କଣ ଜାଣିପାରିଲି ନାହିଁ । ସେ ଏଭଳି ଜଣେ ନେତା ଯିଏ ହାତ ହଲାଇ କମ୍ କଥା କହି ଅଧିକ ଭୋଟ୍ ପାଉଛନ୍ତି ।

କେନ୍ୟୁଜ୍(ବ୍ୟୁରୋ): ୨୦୨୪ରେ ପୁଣି ନବୀନ ସରକାର । ଓଡିଶା ରାଜନିତୀରେ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ଲଢିଲା ଭଳି ବିରୋଧୀ ଦଳରେ ନେତା ନାହାଁନ୍ତି । ଇଣ୍ଡିଆନ ଏକ୍ସପ୍ରେସ ଲିଟେରାରୀ ଫେଷ୍ଟିଭାଲରେ ଯୋଗଦେବା ଅବସରରେ ଏଭଳି କହିଛନ୍ତି ଏହାର ମୁଖ୍ୟ ସଂପାଦକ ପ୍ରଭୁ ଚାଓ୍ବଲା । ସେ କହିଛନ୍ତି, ମୁଁ ଆଜି ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ଯାଦୁ କଣ ଜାଣିପାରିଲି ନାହିଁ । ସେ ଏଭଳି ଜଣେ ନେତା ଯିଏ ହାତ ହଲାଇ କମ୍ କଥା କହି ଅଧିକ ଭୋଟ୍ ପାଉଛନ୍ତି ।

ନବୀନ ଯାଦୁ ଆଗରେ କୌଣସି ବିକଳ୍ପ ଦେଖାଯାଉନାହିଁ । ନବୀନଙ୍କ ବିକଳ୍ପରେ କିଏ ବୋଲି ପ୍ରଶ୍ନ କରିଛନ୍ତି ପ୍ରଭୁ । ଓଡ଼ିଶାର ରାଜନୀତିରେ ନବୀନ ଥିଲା ପର୍ଯ୍ୟନ୍ତ କେହି ତାଙ୍କୁ ସାମ୍ନା କରିପାରିବେ ନାହିଁ । ନବୀନ ଜଣେ ଲମ୍ବା ନେତା ହେଲେ ବି ଛୋଟ ଗାଡ଼ି ଚଢନ୍ତି । ସେ ଖୁବ କମ କଥା କହିଥାନ୍ତି । ତାଙ୍କ କାମ ହିଁ କଥା କହେ । ୨୦୨୪ରେ ଓଡ଼ିଶାରେ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ସେପଟେ ଦେଶର ରାଜନୀତିରେ ବି ସେଭଳି କିଛି ପରିବର୍ତ୍ତନ ଏପର୍ଯ୍ୟନ୍ତ ଅନୁଭବ କରିପାରୁନି ବୋଲି କହିଛନ୍ତି ପ୍ରଭୁ ଚାଓ୍ବଲା । କାରଣ ଦେଶବାସୀ ମୋଦିଙ୍କ ପର୍ସନାଲିଟିକୁ ଭଲ ପାଆନ୍ତି ।

 

 

Leave A Reply

Your email address will not be published.