ଇଭିଏମର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ପାଇଁ ଦିନିକିଆ କର୍ମଶାଳା, ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲା ପାଇଁ ଅକ୍ଟୋବର ୩ରୁ ଆରମ୍ଭ

ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟ ଆସନ୍ତା ଅକ୍ଟୋବର ୩ ତାରିଖରୁ ୨୦ ତାରିଖ ଯାଏ ଚାଲିବ । ଅବଶିଷ୍ଟ ୨୦ଟି ଜିଲ୍ଲା ପାଇଁ ନଭେମ୍ବର ୧ରୁ ନଭେମ୍ବର ୧୫ ତାରିଖ ଯାଏ ଅନୁଷ୍ଠିତ ହେବ ।

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଇଭିଏମର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ନିମନ୍ତେ ଦିନିକିଆ କର୍ମଶାଳାର ଅନୁଷ୍ଠିତ ହୋଇଛି । ପ୍ରଥମ ସ୍ତରୀୟ ଇଭିଏମ ଓ ଭିଭିପାଟ ଚେକିଂ ସଂପର୍କିତ ଷ୍ଟେଟ ଲେଭଲ ୱାର୍କସପକୁ ଶୁଭାରମ୍ଭ କରିଥିଲେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଉନ୍ନୟନ କମିଶନର ପ୍ରମୁଖ କର୍ମଶାଳାରେ ଯୋଗ ଦେଇଥିଲେ। ଆଗାମୀ ଦିନରେ ହେବାକୁ ଥିବା ଇଭିଏମର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସହଜ ହୋଇପାରିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କର୍ମଶାଳାରେ ଉପସ୍ଥିତ ଅଧିକାରୀଙ୍କୁ କହିଛନ୍ତି ।

ରାଜ୍ୟରେ ଇଭିଏମର ଏଫଏଲସି ତନଖି କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲା ପାଇଁ ପ୍ରଥମ ପର୍ଯ୍ୟାୟ ଆସନ୍ତା ଅକ୍ଟୋବର ୩ ତାରିଖରୁ ୨୦ ତାରିଖ ଯାଏ ଚାଲିବ । ଅବଶିଷ୍ଟ ୨୦ଟି ଜିଲ୍ଲା ପାଇଁ ନଭେମ୍ବର ୧ରୁ ନଭେମ୍ବର ୧୫ ତାରିଖ ଯାଏ ଅନୁଷ୍ଠିତ ହେବ । ଏହାପୂର୍ବରୁ ନିକଟରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗଙ୍କ ଏକ ଟିମ ଓଡ଼ିଶା ଆସି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଓ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଫୋକସରେ ଥିଲା ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଭୋଟର ତାଲିକା ଓ ନୂଆ ଭୋଟରଙ୍କୁ ସାମିଲ ନେଇ ସ୍ପେଶାଲ ଡ୍ରାଇଭ ଚାଲିଛି ।

 

Leave A Reply

Your email address will not be published.