ଜାମିନ ପାଉଥିବା କଏଦୀ ବଦଳ ଆଉ ଜଣେ ମୁକୁଳିବା ଘଟଣା: ଜେଲ ଡିଆଇଜି କହିଲେ ଯାହାର ଭୁଲ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ

ଠକେଇ ଅଭିଯୁକ୍ତଙ୍କ ବଦଳରେ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ରମେଶ ଚନ୍ଦ୍ର ଜେନାଙ୍କୁ ଜାମିନ ମିଳିଥିଲା। ହେଲେ ମୁକୁଳିଥିଲେ ଅନ୍ୟ ଜଣେ ଅଭିଯୁକ୍ତ। ତାଙ୍କ ନାଁ ମଧ୍ୟ ରମେଶ ଚନ୍ଦ୍ର ଜେନା।

କେନ୍ୟୁଜ୍(ବ୍ୟୁରୋ): ଝାରପଡା ଜେଲରେ ଜାମିନ ପାଇଥିବା କଏଦୀ ବଦଳରେ ଆଉ ଜଣେ ମୁକୁଳିବା ଘଟଣାର ବିଭ୍ରାଟକୁ ନେଇ ଜେଲ ଡିଆଇଜିଙ୍କ ପ୍ରତିକ୍ରିୟା । କହିଲେ ଜେଲ ପକ୍ଷରୁ ହୋଇଛି ଭୁଲ । ଯାହାର ଭୁଲ ରହିଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ତଦନ୍ତ ପରେ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯିବ । ଏଭଳି ଭୁଲ ପାଇଁ ଯେଉଁ ଅଧିକାରୀ ଦାୟୀ ତାହାକୁ ଧରିବାକୁ ତଦନ୍ତ ଚାଲିଛି । ଅନ୍ୟପଟେ ଯେଉଁ କଏଦୀ ଜଣଙ୍କୁ ଛଡ଼ା ଯାଇଥିଲା ତାହାକୁ ପୁଣି ଥରେ ଆଣି ଜେଲରେ ରଖାଯାଇଛି । ଏଭଳି ସାଙ୍ଘାତିକ ତ୍ରୁଟି ପାଇଁ କେବଳ ଜେଲର ତ୍ରୁଟି ରହିଥିବା କହିଛନ୍ତି ଜେଲ ଡିଆଇଜି ।

ଠକେଇ ଅଭିଯୁକ୍ତଙ୍କ ବଦଳରେ ଦୁଷ୍କର୍ମକାରୀ ଅଭିଯୁକ୍ତଙ୍କୁ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଥିଲା । ପୂର୍ଣ୍ଣଚନ୍ଦ୍ର ଜେନାଙ୍କ ପୁଅ ରମେଶ ଚନ୍ଦ୍ର ଜେନାଙ୍କୁ ଜାମିନ ମିଳିଥିଲା। ହେଲେ ମୁକୁଳିଥିଲେ ଅନ୍ୟ ଜଣେ ଅଭିଯୁକ୍ତ। ତାଙ୍କ ନାଁ ମଧ୍ୟ ରମେଶ ଚନ୍ଦ୍ର ଜେନା। କିନ୍ତୁ ପିତାଙ୍କ ନାମ ଲକ୍ଷ୍ମୀଧର ଜେନା। ପରେ ଜେଲ କର୍ତ୍ତୃପକ୍ଷ ନିଜ ଭୁଲ ଜାଣିପାରି ପ୍ରକୃତରେ ଜାମିନ ପାଇଥିବା ରମେଶ ଚନ୍ଦ୍ର ଜେନାଙ୍କୁ ଜାମିନରେ ଛାଡ଼ିଛନ୍ତି।

You might also like