ହାଇକୋର୍ଟ ପାଇଁ ବଡ଼ ପଦକ୍ଷେପ: ଗୋଟିଏ ସ୍ଥାନରେ ମିଳିିବ କୋର୍ଟ କଚେରୀର ପୁରୁଣା ଦସ୍ତାବିଜ୍‌

କଟକ(କେନ୍ୟୁଜ୍):ଶହେ ବର୍ଷ ପୁରୁଣା ଅଦାଲତି ମାମଲା, ନିର୍ଦ୍ଦେଶ ସମ୍ପର୍କରେ ଧାରଣା ନେଇ ପାରିବେ ଜନ ସାଧାରଣ। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ବିରୁଦ୍ଧରେ ଇଂରେଜ ସରକାର ରୁଜୁ କରିଥିବା ମାମଲାଠାରୁ ଆରମ୍ଭ କରି ଉତ୍କଳ ଗୌରବ ମଧୁସୂଦନ ଦାସ ଲଢ଼ିଥିବା ମାମଲାଗୁଡ଼ିକ ପର୍ଯ୍ୟନ୍ତ ସମସ୍ତ ମାମଲା ସମ୍ପର୍କରେ ଜାଣି ପାରିବେ ଆଜିକାର ପିଢି। ସାଇତା ହୋଇ ରହିବ ପୁରୁଣା ମମଲଗୁଡିକର ଦସ୍ତାବିକ। କଟକ ସିଡିଏ ସେକ୍ଟର-୧ରେ ହାଇକୋର୍ଟର ସେଣ୍ଟର ଫର ଜୁଡିସିଆଲ ଆରକାଇଭସ୍‌ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।

ଉତ୍ସବରେ ସୁପ୍ରିମକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ବିନୀତ ସରନ୍‌ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌ ମୁରଲିଧର ଅତିଥି ଭାବେ ଯୋଗ ଦେଇଥିଲେ । ଉପସ୍ଥିତ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଏସ ମୁରଲୀଧର କହିଥିଲେ, ଆଜି ଏକ ଐତିହାସିକ ମୁହୂର୍ତ୍ତ । ହାଇକୋର୍ଟ ସହ ସବୁ ଜିଲ୍ଲାର ରେକର୍ଡ ସାଇତି ରଖିବା ଜରୁରୀ ବୋଲି କହିଥିଲେ। ଏହା ଦେଶର ନ୍ୟାୟିକ ବ୍ୟବସ୍ଥା, ଐତିହାସିକ ଓ ଗବେଷକଙ୍କୁ ସାହାଯ୍ୟ କରିବ। ଏହି ଜୁଡିସିଆଲ ଆରକାଇଭସ୍‌ରେ ୧୮୦୫ ମସିହା ପରଠାରୁ ଥିବା ବିଭିନ୍ନ ଦସ୍ତାବିଜ ଓ ରେକର୍ଡ ଗୁଡିକର ଡିଜିଟାଇଜ କରି ରଖାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ହାଇକୋର୍ଟରେ ଜୁଡିସଆଲ ଆର୍କାଇଭ୍‌ ବ୍ୟବସ୍ଥା, ଦେଶର ପ୍ରଥମ । ହାଇକୋର୍ଟ ତଥା ଜିଲ୍ଲାସ୍ତରୀୟ କୋର୍ଟ ଗୁଡ଼ିକର ସମସ୍ତ ଜୁଡିସିଆଲ ଡକ୍ୟୁମେଣ୍ଟ ସାଇତା ହୋଇ ରଖାଯିବା ନିହାତି ଜରୁରୀ । ସେଣ୍ଟର ଫର ଜୁଡିସିଆଲ ଆରକାଇଭସ୍‌ ସ୍ଥାପନ ପାଇଁ ପଦକ୍ଷେପ ନେଇଥିବାରୁ ହାଇକୋର୍ଟ ଓ ମୁଖ୍ୟ ବିଚାରପତିଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଇନ ପ୍ରକ୍ରିୟା ସମ୍ପର୍କିତ ଭିତ୍ତିଭୂମି ଉନ୍ନତି ପାଇଁ ଆଗାମୀ ଦିନରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ହାଇକୋର୍ଟ ସେଣ୍ଟର ଫର ଜୁଡିସିଆଲ ଆରକାଇଭସ୍‌ ସହ ହାଇକୋର୍ଟ କର୍ମଚାରୀଙ୍କ ବାସଗୃହ କମ୍ପ୍ଲେକ୍ସର ମଧ୍ୟ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲାା ଏହି କମ୍ପ୍ଲେକ୍‌ସରେ ୫୫୦ଟି ବାସଗୃହ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଆଜି ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜୁଡିସିଆଲ ଅଫିସର ଓ ହାଇକୋର୍ଟର ସମସ୍ତ ବିଚାରପତିବୃନ୍ଦ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ଜଷ୍ଟିସ ସଞ୍ଜୀବ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.