ଗୋଆରେ ନୂଆ ନିୟମ : ବିଚ୍‌ ରେ ମଦ ପିଇଲେ ଜରିମାନା,ଖୋଲାରେ ଖାଦ୍ୟ ତିଆରି କଲେ ୫୦ ହଜାର ଟଙ୍କା ଫାଇନ୍‌, ବିନା ଅନୁମତିରେ ଟୁରିଷ୍ଟଙ୍କ ଫଟୋ ମନା

ଗୋଆ : ଗୋଆରେ ଟୁରିଷ୍ଟଙ୍କ ସୁରକ୍ଷା ଓ ଗୋପନୀୟତା ପାଇଁ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ସରକାର ଲୋକଙ୍କ ପାଇଁ ଏମିତି କିଛି ନୂଆ ନିୟମ ପ୍ରସ୍ତୁତ କରିଛନ୍ତି । ଏହାର ଉଂଲଘନ କଲେ ହଜାର ହଜାର ଟଙ୍କାର ଜରିମାନା ଦେବାକୁ ପଡିପାରେ । ବିଚରେ ଯଦି ମଦ ପିଇବେ ତେବେ କଡା କାର୍ଯ୍ୟାନୁଷ୍ଠାନ ହେବ । ଖୋଲାରେ ଖାଦ୍ୟ ପ୍ରସ୍ତୁତି କଲେ ୫୦ ହଜାର ଟଙ୍କା ଜରିମାନା ଦେବାକୁ ପଡିପାରେ ।

ବିନା ଅନୁମତିରେ କୌଣସି ଟୁରିଷ୍ଟଙ୍କ ଫଟୋ ନେବା ମନା

ଗୋଆ ସରକାରଙ୍କ ନୂଆ ନିୟମ ଅନୁଯାୟୀ କୌଣସି ଟୁରିଷ୍ଟଙ୍କ ବିନା ଅନୁମତିରେ ଫଟୋ ଉଠାଇବା ମନା । ଯଦି କେହି ଟୁରିଷ୍ଟ ପାଣିରେ ମସ୍ତି କରୁଥାନ୍ତୁ କିମ୍ବା ବାଲିରେ ଶୋଇଥାନ୍ତୁ । ହେଲେ ଫଟୋ ଉଠାଇବା ପୂର୍ବରୁ ପ୍ରଥମେ ତାଙ୍କ ଠାରୁ ଅନୁମତି ନେବାକୁ ପଡିବ । ଯଦି ଏପରି ନକରି ଫଟୋ ଉଠାଇବେ ତେବେ ମୋଟା ଅଂକର ଜରିମାନା ପଡିପାରେ । କାରଣ ଏହା ଟୁରିଷ୍ଟଙ୍କ ସମ୍ମାନ ଓ ଗୋପନୀୟତାକୁ ଉଲଂଘନ କରିଥାଏ । ଏହାଛଡା ଟ୍ୟାକ୍ସିର ଅଧିକ ଚାର୍ଜରୁ ରକ୍ଷା ପାଇବା ପାଇଁ ମିଟର ଦେଖି କରି ଟଙ୍କା ଦେବାକୁ ମଧ୍ୟ ନିୟମରେ କୁହାଯାଇଛି ।

କୌଣସି ଟୁରିଷ୍ଟ ଖୋଲାରେ ଖାଦ୍ୟ ବନାଇ ପାରିବେନି

ଗୋଆ ସରକାରଙ୍କ ନୂଆ ନିୟମ ଅନୁଯାୟୀ କେହି ଟୁରିଷ୍ଟ ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ନନେବାକୁ ବାରଣ କରାଯାଇଛି । ଏହାଛଡା ଖୋଲା ସ୍ଥାନରେ ଖାଦ୍ୟ ବନାଇବାକୁ ମଧ୍ୟ ବାରଣ କରାଯାଇଛି । ଟୁରିଷ୍ଟମାନେ ରେଜିଷ୍ଟେଡ ହୋଟେଲରେ ରହିବାକୁ ମଧ୍ୟ ନିୟମରେ କୁହାଯାଇଛି । ଫଳରେ ବିବାଦରୁ ଟୁରିଷ୍ଟ ରକ୍ଷା ପାଇପାରିବେ ।
ଏନେଇ ଗୋଆ ସରକାର ୨୬ ଜାନୁଆରୀରେ ନୂଆ ନିୟମ ଘୋଷଣା କରିଛନ୍ତି । ଯେଉଁ ଗାଇଡଲାଇନକୁ ଟୁରିଷ୍ଟମାନେ ପାଳନ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.