Below header

ଘଟଗାଁ : କାନ୍ଥ ଭୁଶୁଡି ୨ ଶିଶୁ ମୃତ, ଅଳ୍ପକେ ବର୍ତ୍ତିଲେ ମା’ ଓ ଝିଅ

ଘଟଗାଁ (କେନ୍ଯୁଜ୍) : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ମନୋହରପୁର ଗ୍ରାମରେ ଅଘଟଣ । ଗତକାଲି ବିଳମ୍ବିତ ରାତିରେ ଘରର କାନ୍ଥପଡି ଗ୍ରାମର ଜଗାମୁଣ୍ଡାଙ୍କ ୨ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପତ୍ନୀ ଓ ୩ ବର୍ଷର ଝିଅ ଗୁରୁତର ଆହତ ହୋଇ ଘଟଗାଁ ସ୍ବାସ୍ଥ୍ଯ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଗତକାଲି ରାତିରେ ଜଗା ମୁଣ୍ଡାଙ୍କ ପତ୍ନୀ ରୁକ୍ମଣୀ ଖାଇସାରି ୨ ଝିଅ ଓ ପୁଅଙ୍କ ସହ ଘରେ ଶୋଇଥିଲେ । ସୂଚନା ଅନୁଯାୟୀ ପୂର୍ବରୁ ଘରକାନ୍ଥ ଦୁର୍ବଳ ଥିବାବେଳେ ତାହା ଗତକାଲି ଭାଙ୍ଗି ଯାଇଥିଲା, ଫଳରେ ତାଙ୍କର ୩ ବର୍ଷର ପୁଅ ବବୁଲୁ ମୁଣ୍ଡା ଓ ୫ ବର୍ଷର ଝିଅ ଗୀତା ମୁଣ୍ଡାଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ରୁକ୍ମଣୀ ଓ ତାଙ୍କର ଏକ ଝିଅ ହେମ ମୁଣ୍ଡା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ ତାଙ୍କୁ ଘଟଗାଁ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତୀ କରାଯାଇଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.