ସଲମାନଙ୍କୁ ଛାତିରେ ଚୁଟି ରଖିବା ପାଇଁ କହି ଫିଲ୍ମରୁ ଆଉଟ୍ ହୋଇଥିଲେ ଅନୁରାଗ୍ ! ପରେ ସୁପରହିଟ୍ ହୋଇଥିଲା ସିନେମା

ବଲିଉଡର ଲୋକପ୍ରିୟ ନିର୍ମାତା, ନିର୍ଦ୍ଦେଶକ ଏବଂ ଲେଖକ ଅନୁରାଗ କଶ୍ୟପ । ୧୦ ସେପ୍ଟେମ୍ବର ୧୯୭୨ରେ ଜନ୍ମ ହୋଇଥିବା ଅନୁରାଗ ଆଜି ନିଜର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି ଅନୁରାଗ । ଉତ୍ତରପ୍ରଦେଶର ଗୋରଖପୁରରେ ଜନ୍ମ ହୋଇଥିଲେ ଅନୁରାଗ । ଏହା ପରେ ଫିଲ୍ମ ନିର୍ମାଣ କରିବାର ଇଛା ତାଙ୍କୁ ୧୯୯୩ରେ ମୁମ୍ବାଇ ନେଇଆସିଥିଲା । ଏହା ପରେ ବଲିଉଡକକୁ ମିଳିଥଲା ଜଣେ ଦମଦାର ନିର୍ଦ୍ଦେଶକ ।

ନିଜ କ୍ୟାରିୟରରେ ଅନେକ ହିଟ୍ ସିନେମା ଦେଇଛନ୍ତି ଅନୁରାଗ୍ । ସେମିତି ଏକ ସିନେମା ଥିଲା ସଲମାନଙ୍କ ତେରେ ନାମ୍ । ଯଦିଓ ଏହି ସିନେମାର ସ୍କ୍ରିପଟିଂ ଏବଂ ନିର୍ଦ୍ଦେଶନା ଅନୁରାଗ୍ ଦେଇଥିଲେ କିନ୍ତୁ ରାତାରାତି ଏହି ପ୍ରୋଜେକ୍ଟ ତାଙ୍କ ହାତରୁ ଚାଲି ଯାଇଥିଲା । ଏହା ପଛର କାରଣ ଖୁବ୍ କମ୍ ଲୋକ ଜାଣନ୍ତି । ଆସନ୍ତୁ ଜାଣିବା ଏହା ପଛର କାରଣ ଯାହା ସଲମାନ୍ ଏବଂ ଅନୁରାଗଙ୍କ ମଧ୍ୟରେ ପୋତିଥିଲା ଶତ୍ରୁତାର ମଂଜି ।

ଏହା ସହ ପଢନ୍ତୁ ପିଲା ଜନ୍ମ କରିବା ପାଇଁ ଅନୁଷ୍କା ରଖିଲେ ଏମିତି ସର୍ତ୍ତ, ଜାଣନ୍ତୁ କଣ ଥିଲା ବିରାଟଙ୍କ ପ୍ରତିକ୍ରିୟା

ତାମିଲ୍ ସିନେମା ସେତୁର ରିମେକ୍ ଥିଲା ତେରେ ନାମ୍ । ଏହାର ରାଇଟ୍ସ କିଣିଥିଲେ ରାମଗୋପାଳ ବର୍ମା ଆଉ ଲେଖୁଥିଲେ ଅନୁରାଗ କଶ୍ୟପ । ଫିଲ୍ମକୁ ଆଉ କେହି ଡାଇରେକ୍ଟ କରିବାର ଥିଲା । ଆଉ ନାୟକ ଭୂମିକାରେ ସଲମାନ୍ ନୁହେଁ ଥିଲେ ସଞ୍ଜୟ କପୁର । କିନ୍ତୁ ପରେ ଭାଇଜାନଙ୍କୁ ସିନେମାରେ ନିଆ ଗଲା । କିନ୍ତୁ ଯେତେବେଳେ ଅନୁରାଗଙ୍କ ହାତକୁ ସିନେମାଟି ଆସିଥିଲା ସେତେବେଳେ ସେ ସଲମାନଙ୍କ ନିକଟରେ ସେ ଦେଶୀ ହିରୋ ଦେଖିପାରିଲେନି । ଅନୁରାଗଙ୍କ ଅନୁଯାୟୀ ଫିଲ୍ମର ହିରୋ ଆଗ୍ରାର ଥିଲା । ଯେହେତୁ ଅନୁରାଗ ୟୁପିର ଥିଲେ ତେଣୁ ସେ ସଲମାନଙ୍କ ନିକଟରେ ୟୁପି ବାଲା ଚରିତ୍ର ଦେଖିପାରୁନଥିଲେ । ତେଣୁ ସେ ସଲମାନଙ୍କୁ ଛାତିରେ ଚୁଟି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଯାହା ଫଳରେ ସଲମାନଙ୍କ ଦେଶୀ ଲୁକ୍ ବାହାରକୁ ଆସିବ ।

salman and anurag

ଅନୁରାଗ୍ ଏହି କଥା ଯେତେବେଳେ ସଲମାନଙ୍କୁ କହିଲେ ସେତେବେଳେ ସଲମାନ୍ ତାଙ୍କୁ କେବଳ ଦେଖିଲେ କିନ୍ତୁ କିଛି କହିନଥିଲେ । ପରଦିନ ପ୍ରଯୋଜକଙ୍କ ଫୋନ୍ ଆସିଥିଲା ଅନୁରାଗଙ୍କୁ । କିନ୍ତୁ ଅନୁରାଗ୍ ଯେତେବେଳେ ତାଙ୍କୁ ଦେଖାକରିବାକୁ ପହଂଚିଥିଲେ ସେତେବେଳେ ଗୋଟିଏ କାଚର ବୋତଲ ତାଙ୍କ ଆଡକୁ ଆସି ପଡିଲା । ଏହା ପରେ ପ୍ରଯୋଜକ ଚିତ୍କାର କରି କହିଥିଲେ – ଶଳା ତୁ ସଲମାନକୁ ଛାତିରେ ଚୁଟି ରଖିବାକୁ କହିବୁ ।

ରାତାରାତି ଅନୁରାଗଙ୍କୁ ସିନେମାରୁ ବାହାର କରିଦିଆଯାଇଥିଲା । ସେବେଠାରୁ ସଲମାନ ଏବଂ ଅନୁରାଗଙ୍କ ମଧ୍ୟରେ ପଡୁନାହିଁ । ଏକ ସାକ୍ଷାତକାରରେ ସଲମାନଙ୍କୁ ନେଇ ଅନୁରାଗ କହିଥିଲେ ଆମେ ଦୁଇ ଜଣ ହିଁ ପରସ୍ପରକୁ ପସନ୍ଦ କରୁନାହୁଁ ।

କେବଳ ସେତିକି ନୁହେଁ ୨୦୧୨ରେ ଅନୁରାଗଙ୍କ ସିନେମା ଗ୍ୟାଙ୍ଗ୍ସ ଅଫ୍ ୱାସେପୁର ୨ ରିଲିଜ୍ ହୋଇଥିଲା । ଯାହା ବକ୍ସ ଅଫିସରେ ଭଲ କଲେକ୍ସନ୍ କରୁଥିଲା । କିନ୍ତୁ ପର ସପ୍ତାହରେ ଭାଇଜାନଙ୍କ ଏକ ଥା ଟାଇଗର ଆସିଲା । ଯାହା ଫଳରେ ସମସ୍ତ ସିନେମାଘର ଏବଂ ମଲ୍ଟିପ୍ଲେକ୍ସରୁ ଅନୁରାଗଙ୍କ ଫିଲ୍ମକୁ ହଟାଇ ଦିଆଯାଇଥିଲା । ଅନେକ ସମୟରେ ସଲମାନ୍ ତାଙ୍କୁ ଏମିତି ବ୍ୟବହାର କରନ୍ତି ବୋଲି କହିଛନ୍ତି ଅନୁରାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.