Below header

ଉମରକୋଟ ପୂଜାରୀଭରଣ୍ଡୀ ଗାଁର ଜଣେ ଦିନ ମଜୁରିଆଙ୍କୁ ଆୟକର ବିଭାଗର ନୋଟିସ୍‌, ବ୍ୟାଙ୍କ ଖାତାରେ ଏକ କୋଟି ୪୭ ଲକ୍ଷ ଟଙ୍କାର କାରବାର

ନବରଙ୍ଗପୁର: ଶ୍ରମିକଙ୍କ ପାଖକୁ ଆସିଲା ଆୟକର ବିଭାଗର ନୋଟିସ୍ । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୂଜାରୀଭରଣ୍ଡୀ ଗାଁର ସନଧର ଗଣ୍ଡଙ୍କ ବ୍ୟାଙ୍କ ଖାତାରେ କାରବାର ହୋଇଛି ଏକ କୋଟି ୪୭ ଲକ୍ଷ ୫୭ ଟଙ୍କା । ଏହା ପରେ ୨ ଲକ୍ଷ ୬୦ ହଜାର ଟଙ୍କାର ନୋଟିସ୍ ପଠାଇଛି ଆୟକର ବିଭାଗ । ବର୍ଷକୁ ମାତ୍ର କେତେ ହଜାର ଟଙ୍କା ରୋଜଗାର କରୁଥିବା ସନଧର ନୋଟିସ୍ ପାଇବା ପରେ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ । ମାଲିକଙ୍କୁ ନୋଟିସ୍ ଦେଖିଇଥିଲେ ମଧ୍ୟ ମାଲିକ କିଛି କହିନଥିଲେ । ପରେ ଅନ୍ୟ ଜଣଙ୍କୁ ଦେଖାଇବା ପରେ ଏକ କୋଟିରୁ ଅଧିକ ଟଙ୍କା ଟ୍ରାଞ୍ଜାକ୍ସନ ନେଇ ନୋଟିସ୍ ଆସିଥିବା ଜାଣିବାକୁ ପାଇଥିଲେ ।

accountଉମରକୋଟ ICICI ବ୍ୟାଙ୍କରେ ଏହି କାରବାର ହୋଇଛି । ସନଧର ୭ ବର୍ଷ ହେବ ପୂଜାରୀଗୁଡ଼ା ଅଞ୍ଚଳର ପପୁ ଅଗ୍ରଓ୍ଵାଲ ନାମକ ଜଣେ ବ୍ୟବସାୟୀଙ୍କ ନିକଟରେ କାମ କରୁଥିଲେ । ମାଲିକ ପପୁ ଅଗ୍ରଓ୍ଵାଲ ସନଧରଙ୍କ ଜମି ପଟା, ଆଧାରକାର୍ଡ ଓ ଆଙ୍ଗୁଳି ଟିପ ନେଇଥିଲେ । ତାଙ୍କ ସରଳତାର ସୁଯୋଗ ନେଇ ଆକାଉଣ୍ଟରେ ଏହି କାରବାର କରିଛନ୍ତି । ଏବେ ମାଲିକଙ୍କ ପାଖକୁ ଯିବାରୁ ସେ କହୁଛନ୍ତି, ସବୁ କାଗଜପତ୍ର ଆଣିବା ପରେ ସମସ୍ୟାର ସମାଧାନ ହୋଇଯିବ । ଏପରି କହି ସମୟ ଗଡାଇ ଚାଲୁଥିବା ସନାଧର କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.