ଖୋର୍ଦ୍ଧାରେ ସିବିଆଇ ଚଢ଼ାଉ, ଇନକମ ଟ୍ୟାକ୍ସ ଅଧିକାରୀ ଅଟକ

ଖୋର୍ଦ୍ଧା(କେନ୍ୟୁଜ୍): ସିବିଆଇ ଜାଲରେ ଇନକମ୍‌ ଟ୍ୟାକ୍ସ ଅଧିକାରୀ । ଖୋର୍ଦ୍ଧାରେ ସିବିଆଇ ଚଢ଼ାଉ, ଇନକମ ଟ୍ୟାକ୍ସ ଅଧିକାରୀ ଅଟକ । ଏକ ଜୁଏଲାରୀ ଶୋରୁମ୍‌ରୁ ୪୦ ଲକ୍ଷ ଡିମାଣ୍ଡ କରିଥିଲେ । ପୂର୍ବରୁ ୧୦ ଲକ୍ଷ ଟଙ୍କା ନେଇଥଇଲେ । ଆଜି ୫ ଲକ୍ଷ ନେବା ବେଳେ ଧରିଲେ ସିବିଆଇ ଅଧିକାରୀ । ଇନକମ ଟ୍ୟାକ୍ସ ଅଧିକାରୀଙ୍କ ନାଁ ସୁମନ ସୁନ୍ଦର ସାହୁ ।

ତାଙ୍କ ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଏହାସହ ଜୁଏଲାରୀ ଦୋକାନରୁ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇଥିଲେ । ଆଜି ନିଜ ଘରେ ନେଇଥିବା ବେଳେ ସିବିଆଇ ଟିମ୍‌ ତାଙ୍କୁ ମାଡ଼ି ବସିଥିଲା । ସୁମନ ସୁନ୍ଦର ସାହୁଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆଣିଛି ସିବିଆଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.