Below header

ଦୋକାନ ଭାଙ୍ଗିଗଲା ଏବେ ଟିଉସନ୍‌ କରି ପରିବାରର ବୋଝ ବୋହୁଛନ୍ତି ସୂଚୀସ୍ମିତା

ପଟ୍ଟାମୁଣ୍ଡାଇ (କେନ୍ୟୁଜ୍‌) : ଦାରିଦ୍ରତା ହାର ମାନିଛି ସୁଚିସ୍ମିତାଙ୍କ ପାଖରେ। ସୁଚିସ୍ମିତା ନିଜେ ସ୍ୱାବଲମ୍ବୀ ହେବା ସହିତ ନିଜ ଭଉଣୀ ମାନଙ୍କୁ କରାଇ ପାରିଛି ଉଚଶିକ୍ଷିତ। ଜଣେ ଭଉଣି ଫାର୍ମାସିଷ୍ଟ ହୋଇଥିବା ବେଳେ ଅନ୍ୟ ଭଉଣୀ ଏବେ ପାଥୋଲୋଜି ପାଠ ପଢୁଛି। କିଭଳି ସାନ ଭଉଣିକୁ ଭଲ କଲେଜରେ ପାଠ ପଢାଇବ ସେନେଇ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିବା ସହିତ ନିଜ ଭଙ୍ଗା ଦୋକାନ ସଜାଡିବା ପାଇଁ ନେହୁରା ହେଉଛି ସୁଚିସ୍ମିତା। ଅନ୍ୟ ପଟେ ଝିଅର ଏଭଳି ଦୁର୍ଦଶାରେ ଭାଙ୍ଗି ପଡିଛନ୍ତି ସୁଚିସ୍ମିତାଙ୍କ ବାପା ସେମଧ୍ୟ ଜିଲ୍ଲା ପ୍ରଶାସନ ନିକଟରେ ଝିଅର ଭଙ୍ଗା ଦୋକାନକୁ ସଜାଡିବା ପାଇଁ କରିଛନ୍ତି ଗୁହାରି।

SUCHISMITAଛୋଟିଆ ପାନ ଦୋକାନରୁ ଯାହା କିଛି ପଇସା ରୋଜଗାର କରନ୍ତି ତାହା ପରିବାରକୁ ନିଅଣ୍ଟ ଏବେ ପୁଣି କରୋନା ମାଡ ଦୋକାନରେ ଆଗ ଭଳି ଆଉ ବେପାର ନଥିବା କହିଛନ୍ତି ସୁଚିସ୍ମିତା ଗୋଟେ ପଟେ ବାପାଙ୍କ ଔଷଧ ଖର୍ଚ୍ଚ ତ ଅନ୍ୟପଟେ ସାନ ଭଉଣୀର ପଢିବା ଚିନ୍ତା କିପରି ସବୁ ଚଳାଇବେ ଏବେ ଚିନ୍ତାରେ ସୁଚିସ୍ମିତା।

ଅନ୍ୟପଟେ ସରକାର ମହିଳା ମାନଙ୍କୁ ଶସକ୍ତ କରିବା ପାଇଁ ବିଭିନ୍ନ ଯୋଜନା ଥିଲେ ମଧ୍ୟ ତାହା ଏବେ ସୁଚିସ୍ମିତା ପାଇଁ ସାତ ସପନ । ଗ୍ରାମବାସୀ ଓ ବୁଦ୍ଧିଜୀବି ମାନେ ତୁରନ୍ତ ଏହି ପରିବାରକୁ ସାହାଯ୍ୟ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିବା ସହିତ ସୁଚିସ୍ମିତାଙ୍କ ବାପାଙ୍କ ଡାକ୍ତରି ସୁବିଧା ଓ ସାନ ଭଉଣିର ପଢିବା ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ଦାୟିତ୍ୱ ନେବାକୁ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.