Below header

ସମ୍ଭାବିତ ବାତ୍ୟା ‘ୟସ୍’କୁ ନଜର ରଖି ଭାରତୀୟ ନୌସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି: ଏନ ପି ପ୍ରଦୀପ 

ଟାଙ୍ଗୀ: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବୀୟ ବାତ୍ୟା ୟସକୁ ଲକ୍ଷ ରଖି ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ସ୍ଥିତ ଭାରତୀୟ ନୌସେନା ସ୍ଥିତ ପୂର୍ବାଞ୍ଚଳ ନାଭାଲ୍ କମାଣ୍ଡ ନେତୃତ୍ୱରେ ନାଭଲ ଅଫିସର ଇନ- ଚାର୍ଜ – ଓଡ଼ିଶା ଶାଖାର ମୁଖ୍ୟ କମୋଡର ଏନ ପି ପ୍ରଦୀପ  ସୂଚନା ଦେଇଛନ୍ତି ।

ଆଜି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇ କହିଛନ୍ତି ଯେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ଭାରତୀୟ ନୌସେନା ସ୍ଥିତ ପୂର୍ବାଞ୍ଚଳ ନାଭାଲ୍ କମାଣ୍ଡରୁ ୮ଗୋଟି ଆପତ୍ତିକାଳୀନ ଉଦ୍ଧାରକାରୀ ଦଳ ବର୍ତ୍ତମାନ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ ଅଛନ୍ତି । ତହା ସହିତ ୨ଗୋଟି ବିମାନ ମଧ୍ୟ ପ୍ରସ୍ତୁତ ଅଛି । ଗୋଟିଏ ବିମାନ ବିଶାଖାପାଟଣା ସ୍ଥିତ ଆଏନଏସ ଢେଗା ରେ , ଅନ୍ୟଟି ଚେନ୍ନାଇ ନିକଟସ୍ଥ ଆଏନଏସ ରୋଜାଲି ରେ ।

ସେହିପରି ୪ଗୋଟି ନୌସେନା ଜାହାଜ, ମେଡିକାଲ ଟିମ୍ ଓ ଅନ୍ୟ ବିଭାଗ କୁ ମଧ୍ୟ ଷ୍ଟାଣ୍ଡବାଇ ରଖାଯାଇଛି । ଅତି ଆବଶ୍ୟକ ପରିସ୍ଥିରେ ସମସ୍ତକୁ ଉଦ୍ଧାର କାର୍ଯ୍ୟରେ ଲଗାଯିବ । ୧୦୦୦ଲୋକଙ୍କ ପାଇଁ ମଧ୍ୟ୍ୟ ଖାଦ୍ୟପେୟ ପାଇଁ ମଧ୍ୟ୍ୟ ବନ୍ଦୋବସ୍ତ କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ବଡ଼କୁଳ ନିକଟରେ ଥିବା ଆଏନଏସ ଚିଲିକା ମଧ୍ୟ୍ୟରେ ୧୫୦ ଶଯ୍ୟା ବିଶିଷ୍ଟ କୋବିଡ଼ କେୟାର ସେଣ୍ଟର ସାଧାରଣ ଜନତାଙ୍କ ଉଦ୍ଧେଶ୍ୟରେ ଖୋଲାଯାଇଛି ।

ଚିଲିକା ହ୍ରଦ ମଧ୍ୟ୍ୟରେ କୌଣସି ବି ଅସୁବିଧା ହେଲେ ସେମାନଙ୍କୁ ଉଦ୍ଧାର ସହ ସମସ୍ତ ଆପତ୍ତିକାଳୀନ ପରିସ୍ଥିତିରେ ସହଯୋଗ କରାଯିବା ପାଇଁ ତୟାର ଅଛନ୍ତି । ସଦା ସର୍ବଦା ଓଡ଼ିଶାର ଲୋକଙ୍କ ଆପତ୍ତିଜନକ ପରିସ୍ଥିରେ ଆଏନଏସ ଚିଲିକା ସହଯୋଗର ରହିବ । ନାଭଲ ଅଫିସର ଇନ- ଚାର୍ଜ – ଓଡ଼ିଶା ଶାଖାର ମୁଖ୍ୟ କମୋଡର ଏନ ପି ପ୍ରଦୀପ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.