Below header

ଏବେ ଘରେ ବସି କରିପାରିବେ କରୋନା ଟେଷ୍ଟ, ବଜାରରେ ଉପଲବ୍ଧ ହେଲା ସିପ୍ଲାର ରିୟଲ ଟାଇମ୍ କିଟ୍ ViraGen

ଏବେ ବଜାରରେ ଉପଲବ୍ଧ ହେଲା ଆଗଧାଡ଼ିର ଔଷଧ କମ୍ପାନୀ ସିପ୍ଲା ତରଫରୁ ଗତ ସପ୍ତାହରେ ଲଞ୍ଚ କରାଯାଇଥିବା ରିୟଲ ଟାଇମ୍ କରୋନା ଟେଷ୍ଟ କିଟ୍। କମ୍ପାନୀ ତରଫରୁ ନିର୍ମିତ RT-PCR ଟେଷ୍ଟିଂ କିଟର ନାଁ “ViraGen” ଦିଆଯାଇଛି। ଏହି କିଟ୍ ମାତ୍ର କିଛି ସେକେଣ୍ଡ ମଧ୍ୟରେ କରୋନା ଟେଷ୍ଟ ରିପୋର୍ଟ ଦେଇପାରିବ।

ସିପ୍ଲା ଏହି କିଟକୁ Ubio ଟେକ୍ନୋଲୋଜିଜ୍ ବାୟୋଟେକ୍ନୋଲୋଜି ସିଷ୍ଟମ ସହ ମିଶି ପ୍ରସ୍ତୁତ କରିଛି। ViraGen ବଜାରକୁ ଆସିବା ଫଳରେ କରୋନା ଟେଷ୍ଟ କରିବାରେ ସୁବିଧା ହେବ। ଲୋକମାନେ ଖୁବଶୀଘ୍ର ନିଜ ଟେଷ୍ଟ କରି ରିପୋର୍ଟ ପାଇପାରିବେ।

ସିପ୍ଲାର ଏହି କିଟକୁ ICMR ର ମଞ୍ଜୁରୀ ମିଳିସାରିଛି। ICMR ର ଗାଇଡଲାଇନ ମୁତାବକ ୯୮.୮% ବିଶେଷତା ଓ ୯୮.୬% ସମ୍ବେଦନଶୀଳତା ସହ ଏହି କିଟ୍ କରୋନା ଚିହ୍ନଟ କରିବାରେ ସାହାଯ୍ୟ କରିବ। ଏହି କିଟ୍ ସହାୟତାରେ ଏବେ ଲୋକମାନେ ଘରେ ବସି ନିଜର କରୋନା ଟେଷ୍ଟ କରିପାରିବେ ଓ ସୁରକ୍ଷିତ ରହିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.