Below header

ବିଜୁଳି ବିଭାଗରେ ଖାଲିପଡିଛି ୨୬୩୨ ପଦବୀ, ୩୧ ମଇରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା

ପଞ୍ଜାବ ଷ୍ଟେଟ ପାୱର କର୍ପୋରେସନ ଲିମିଟେଡ(PSPCL) ରେ ଆସିଷ୍ଟାଣ୍ଟ ଲାଇନମ୍ଯାନ, ରେଭିନ୍ଯୁ ଅଫିସର ଏବଂ ଜୁନିଅର ଇଂଜିନିୟର ସମେତ ୨୬୩୨ ପଦବୀ ଖାଲିପଡିଛି। ଜାରି ହୋଇଥିବା ନୋଟିଫିକେସନ ଅନୁଯାୟୀ, ଯୋଗ୍ଯ ଏବଂ ଇଚ୍ଛୁକ ପ୍ରାର୍ଥୀ ପିଏସପିସିଏଲର ଅଫିସିଆଲ ୱେବସାଇଟ pspcl.inକୁ ଯାଇ ୩୧ ମଇରୁ ଆବେଦନ କରିପାରିବେ। ଅନଲାଇନ ଆବେଦନ କରିବାର ଶେଷ ତାରିଖ ୨୦ ଜୁନ୍ ରହିଛି।

ପଦବୀ ବିବରଣୀ: ୨୬୩୨

ରେଭିନ୍ଯୁ ଆକାଉଣ୍ଟାଣ୍ଟ: ୧୮
କ୍ଲର୍କ: ୫୪୯
ଜୁନିଅର ଇଂଜିନିୟର/ ଇଲେକ୍ଟ୍ରିକାଲ: ୭୫
ଆସିଷ୍ଟାଣ୍ଟ ଲାଇନମ୍ଯାନ: ୧୭୦୦
ଆସିଷ୍ଟାଣ୍ଟ ସବ୍ ଷ୍ଟେସନ ଆଟେଡାଣ୍ଟ: ୨୯୦

ଗୁରୁତ୍ବପୂର୍ଣ୍ଣ ତାରିଖ: ଆବେଦନ କରିବାର ଶେଷ ତାରିଖ ଜୁନ୍ ୨୦,୨୦୨୧ ରହିଛି।

ଶିକ୍ଷାଗତ ଯୋଗ୍ଯତା: ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ଯୋଗ୍ଯତା ନିର୍ଦ୍ଧାରିତ କରାଯାଇଛି।

ଆବେଦନ ଶୁଳ୍କ: ଅନୁସୂଚିତ ଜାତି ଏବଂ ଭିନ୍ନକ୍ଷମ ବ୍ଯକ୍ତିଙ୍କ ଛାଡି ସମସ୍ତଙ୍କ ପାଇଁ ୯୪୪ ଟଙ୍କା ଆବେଦନ ଶୁଳ୍କ ରହିଛି। ଅନୁସୂଚିତ ଜାତିଙ୍କ ପାଇଁ ଆବେଦନ ଶୁଳ୍କ ଏବଂ ଭିନ୍ନକ୍ଷମ ପାଇଁ ୫୯୦ ଟଙ୍କା ରହିଛି।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:

https://pspcl.in/wp-content/uploads/2021/05/Advt-CRA-298-of-2021-PSPCL.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.