ରକ୍ତଚାପକୁ ନିୟନ୍ତ୍ରିତ ରଖିବା ସହ ପାଚନ କ୍ରିୟାକୁ ମଜବୁତ ରଖିଥାଏ ଭଜା ଜୀରା ସହ କଳା ଲୁଣ

ଖାଦ୍ୟପେୟରେ ଅଭାବ ପରିଲିକ୍ଷିତ ହେଲେ ମଣିଷ ଶରୀରରେ ଅନେକ ରୋଗ ଯାତ ହୋଇଥାଏ । ଗ୍ୟାସ, ବଦହଜମୀ ଭଳି ସମସ୍ୟା ଦେଖାଯାଏ । କାର୍ଯ୍ୟବ୍ୟସ୍ତତା ପାଇଁ ଅନେକ ଲୋକ ବିଶ୍ରାମ କରି ପାରନ୍ତି ନାହିଁ । ରାତିରେ ଖାଇବା ସମୟରେ ନିଦ ଲାଗିଥାଏ । ହାଲିଆ ହେବା କାରଣରୁ ଆପଣ ଶୋଇଯାଆନ୍ତି । ଏହାଦ୍ୱାରା ଖାଦ୍ୟ ଠିକ ଭାବେ ହଜମ ହୋଇନଥାଏ । ଯାହା କେବେ ଗ୍ୟାସ କିମ୍ବା ଏସିଡିଟି ଭାବେ ସାମ୍ନାକୁ ଆସିଥାଏ ।

ତେବେ ଏହି ସମସ୍ୟାରୁ ମୁକ୍ତି ପାଇଁ ଘରେ ଭଜା ଜୀରା ସହ କଳା ଲୁଣର ସେବନ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଶରୀରକୁ ଖୁବ ଶୀଘ୍ର ଆରାମ ମିଳିବ । ତେବେ ଚାଲନ୍ତୁ ଜାଣିବା ଏହା ଫାଇଦା:

– ଭଜା ଜୀରା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହା ପାଚନ ଶକ୍ତିକୁ ମଜବୁତ ରଖେ । ଏହାସହ ଆପଣ କଳା ଲୁଣ ମିଶାଇ ଖାଇପାରିବେ । ଏହାଦ୍ୱାରା ଡାଇରିଆ, ଗ୍ୟାସ, ପେଟ ଫୁଲିବା ସମସ୍ୟାକୁ ଦୂର କରିଥାଏ ।

– ଓଜନ କମାଇବାରେ ଏହା ସାହାଯ୍ୟ କରିଥାଏ । ଶରୀରରେ ମେଟାବୋଲିଜିମ କୁ ନିୟନ୍ତ୍ରିତ ରଖିଥାଏ । ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ଇନଫରମେସନ ଅନୁଯାୟୀ, କଳା ଲୁଣରେ ଆଣ୍ଟି ଓବିସିଟି ଗୁଣ ରହିଥାଏ ।ଯାହା ଶରୀରର ଓଜନ କମାଇବାରେ ସାହାଯ୍ୟ କରିଥାଏ ।

– ଶରୀରରେ ରକ୍ତଚାପକୁ ନିୟନ୍ତ୍ରିତ କରିବା ପାଇଁ ଏହା ସବୁଠୁ ବେଷ୍ଟ ହୋଇଥାଏ । ଜୀରାରେ ଆଣ୍ଟି ଡାୟବେଟିକ ଗୁଣ ରହିଥାଏ । ଯାହା ରକ୍ତଚାପକୁ ନିୟନ୍ତ୍ରିତ ରଖିଥାଏ । ଏହାସହ ଆପଣ କଳା ଲୁଣ ମଧ୍ୟ ମିଶାଇ ପିଇ ପାରିବେ । କାରଣ ଏଥିରେ ସୋଡିୟମର ପରିମାଣ କମ ରହିଥାଏ । ଯାହାindigestion ରକ୍ତଚାପକୁ କମ କରିବାରେ ସହାୟ ହୋଇଥାଏ ।

– ପେଟରେ ଯନ୍ତ୍ରଣା ଠୁ ଆରମ୍ଭ କରି ଶରୀରରେ ଇମ୍ୟୁନି ଶକ୍ତିକୁ ବୃଦ୍ଧି କରିବା ପାଇଁ ଏହା ଖୁବ ସହାୟକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.