Below header

Vivo ଏବଂ Jio ମିଶି ଏହି ସ୍ମାର୍ଟଫୋନରେ ଦେଉଛନ୍ତି ଦମଦାର ଅଫର, ୪,୫୫୦ ଟଙ୍କା ପର୍ଯ୍ଯନ୍ତ ମିଳିବ ଲାଭ

Vivo ର ସ୍ମାର୍ଟଫୋନ ଲାଇନଅପ୍ ଭାରତରେ ବେଶ୍ ଲମ୍ବା। କିନ୍ତୁ କମ୍ପାନୀ ଏବେ ନୂଆ ବଜେଟ ସ୍ମାର୍ଟଫୋନ ପାଇଁ ଜିଓ ସହିତ ମିଶି ନୂଆ ଅଫର ଘୋଷଣା କରିଛି। କମ୍ପାନୀ Vivo Y1s ପାଇଁ JioExclusive ଅଫର ଅଧିନରେ ନୂଆ କଷ୍ଟମର୍ସ ବେନିଫିଟ ପ୍ରୋଗ୍ରାମ ଘୋଷଣା କରିଛି।

Vivo Y1s ଭାରତରେ ଗତ ନଭେମ୍ବରରେ ୭,୯୯୦ ଟଙ୍କାରେ ଲଞ୍ଚ ହୋଇଥିଲା। ଏହି ଫୋନ ଦାମ୍ ୨ ଜିବି+୩୨ ଜିବି ଭାରିଅଣ୍ଟ ପାଇଁ ରହିଥିଲା। ଏହି ନୂଆ ଅଫର ଅଧିନରେ Vivo Y1sରେ ୭୯୯ ଟଙ୍କାର ରିହାତି ମିଳିବ। ତେବେ ଏହି ଫୋନକୁ ଗ୍ରାହକ ୭,୧୯୧ ଟଙ୍କାରେ କିଣିପାରିବେ। ଏହା ସହିତ ଗ୍ରାହକ ଏହି ନୂଆ ଅଫର ସହିତ ୪,୫୫୦ ଟଙ୍କାର ବେନିଫିଟ୍ ଫାଇଦା ଉଠାଇପାରିବେ। ଏହି ନୂଆ ଅଫର ସମସ୍ତ ପୁରୁଣା ଏବଂ ନୂଆ ଜିଓ ଗ୍ରାହକଙ୍କ ପାଇଁ ଲାଗୁ ହେବ।

ଏହି ଅଫରର ଫାଇଦା ଉଠାଇବା ପାଇଁ ଗ୍ରାହକ କୌଣସି ଜିଓ ସିମ କାର୍ଡକୁ ଅତିକମରେ ୩୦ ମାସ ପର୍ଯ୍ଯନ୍ତ ପ୍ରାଇମେରୀ ସିମ ବ୍ଯବହାର କରିପାରିବେ। ୪,୫୫୦ ଟଙ୍କାର ଫାଇଦା ଗ୍ରାହକଙ୍କୁ ଜିଓ ଭାଉଚର୍ସ ହିସାବରେ ମିଳିବ। ଏହି ଜିଓ ଭାଉଚସର୍ ଜରିଆରେ ଗ୍ରାହକଙ୍କୁ ଜିଓ ରିଚାର୍ଜରେ ଡିସକାଉଣ୍ଟ ମିଳିବ।

Vivo Y1s ସ୍ମାର୍ଟଫୋନରେ ୬.୨୨ ଇଞ୍ଚର ଏଚଡି + ଏଲସିଡି ଡିସପ୍ଲେ, mediate Helio P35 ପ୍ରୋସେସର, ୧୩ ଏମପି ରିୟର କ୍ଯାମେରା, ୫ ଏମପି ସେଲଫି କ୍ଯାମେରା, ଆଣ୍ଡ୍ରଏଡ ୧୦ ବେସଡ Fun Touch OS 10.5 ଏବଂ ୪,୦୩୦ mAh ବ୍ଯାଟେରୀ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.