Below header

Triumph ତରଫରୁ ଭାରତରେ ଲଞ୍ଚ ହେଲା Bonneville Bobber ବାଇକ, ରହିଛି ଦମଦାର ଫିଚର୍ସ

ବ୍ରିଟିଶ କମ୍ପାନୀ Triumphର ନୂଆ ବାଇକ ଭାରତୀୟ ବଜାରରେ ଲଞ୍ଚ କରିଛି । କମ୍ପାନୀ ତରଫରୁ Bonneville Bobber ବାଇକ ଭାରତୀୟ ବଜାରରେ ପ୍ରବେଶ କରିଛି । ଆକର୍ଷକ ଲୁକ ସହ ଦମଦାର ଫିଚର୍ସ ନେଇ ଏହା ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ଆଶା ରହିଛି । ତେବେ ଚାଲନ୍ତୁ ଜାଣିବା ଏହାର ଦାମ ଏବଂ ଫିଚର୍ସ ।

ବ୍ରିଟିଶର କମ୍ପାନୀ Triumphର ବାଇକର ଦାମ ୧୧.୭୫ ଲକ୍ଷ ଟଙ୍କା ରହିଛି । ଏଥିରେ ରାଉଣ୍ଡ ହେଡଲାଇଟ, ଟ୍ୱିନ ସାଇଡ ଏଗ୍‌ଜାଷ୍ଟ, ଓସାରିଆ ଟାୟାର, ଫ୍ଲୋଟିଙ୍ଗ ଡିଜାଇନ ଦିଆଯାଇଛି । ଏହାସହ ବେଜେଲ, ବଡ ଫ୍ୟୁଲ ଟାଙ୍କି, ୧୬ ଇଞ୍ଚର ଫ୍ରଣ୍ଟ ହ୍ୱିଲ, ପାଉଡର କୋଟେଡ ଇଞ୍ଜିନ କଭର ସହ ଆକର୍ଷକ କ୍ୟାମ କଭର୍ସ ଦିଆଯାଇଛି ।

ଏହି ବାଇକରେ ୧,୨୦୦ସିସି କ୍ଷମତା ବିଶିଷ୍ଟ ଇଞ୍ଜିନ ଦିଆଯାଇଛି । ଯାହାକି ୭୬.୯ବିଏଚପି ପାୱାର ସହ ୧୦୬ଏନଏମର ଟ୍ରାକ ଜେନେରେଟ କରିଥାଏ । ଏହାସହ ୬ ସ୍ପିଡର ଗିୟର ବକ୍ସ ମଧ୍ୟ ଦିଆଯାଇଛି । ତେବେ ଏହାର ଓଜନ ୨୫୧ କିଲୋଗ୍ରାମ । କମ୍ପାନୀର ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହାର ସର୍ଭିସ ଇଣ୍ଟରଭାଲ ୧୬,୦୦୦ କିଲୋମିଟର ପର୍ଯ୍ୟନ୍ତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.