Below header

ବନ୍ଦ ହୋଇଯିବ ଫେସବୁକ ଓ ଟ୍ୱିଟର? ଆଜି ସରୁଛି ସରକାର ଦେଇଥିବା ସମୟସୀମା

ବନ୍ଦ ହୋଇଯିବ ଫେସବୁକ ଓ ଟ୍ୱିଟର। ସରକାରଙ୍କ ନିୟମ ମାନି ନଥିବାରୁ ଏସବୁ ସୋସିଆଲ ମିଡିଆ ବନ୍ଦ ହୋଇଯିବ। ଫେସବୁକ ଓ ଟ୍ୱିଟର ଭଳି ଅଧିକାଂଶ ସୋସିଆଲ ମିଡିଆ ପ୍ଲାଟଫର୍ମ, ଯାହାର ୟୁଜରବେସ୍ ୫୦ ଲକ୍ଷରୁ ଅଧିକ ସେମାନେ ଏବେ ଯାଏଁ ସରକାରଙ୍କ ନୂଆ ନିୟମ ପାଳନ କରିନାହାନ୍ତି। ନୂଆ ନିୟମ ପାଇଁ ସରକାରଙ୍କ ତରଫରୁ ଦିଆଯାଇଥିବା ୩ ମାସର ସମୟ ଆଜି ଅର୍ଥାତ ମେ ୨୫ ରେ ଶେଷ ହେଉଛି।

ରିପୋର୍ଟ ମୁତାବକ, ଯଦି କେହି ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା କଣ୍ଟେଣ୍ଟକୁ ନେଇ ସନ୍ତୁଷ୍ଟ ନାହିଁ, ତେବେ ଉକ୍ତ ପୋଷ୍ଟକୁ ନେଇ ସେ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇପାରିବେ। ଏବେ ଯାଏଁ ଇଣ୍ଟରମେଡିଆରୀ ଯୋଗୁ କମ୍ପାନୀକୁ ଏଥିପାଇଁ ଲିଗାଲ ପ୍ରୋଟେକ୍ସନ ଦିଆଯାଉଥିଲା।

ଏନେଇ ଫେବ୍ରୁଆରୀ ୨୫ରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ନୂଆ ଗାଇଡ଼ଲାଇନ ଘୋଷଣା କରିଥିଲେ। ୩ ମାସ ଭିତରେ ସୋସିଆଲ ମିଡିଆ ପ୍ଲାଟଫର୍ମ ସମସ୍ତ ନିୟମ ପାଳନ କରିବାକୁ କୁହାଯାଇଥିଲା। କିନ୍ତୁ ଏବେ ଯାଏଁ କେହି ଏହାକୁ ଅନୁପାଳନ କରିନାହାନ୍ତି। ଏଣୁ ଆଜିଠୁ ଫେସବୁକ ଓ ଟ୍ୱିଟର ବନ୍ଦ ହେବା ଆଶଙ୍କା ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.