ଭିତରକନିକା, ଚାନ୍ଦବାଲି, ଧାମରାରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ୟସ୍‌’: SRC

ଭୁବନେଶ୍ୱର: ବାତ୍ୟା ସ୍ଥିତି ନେଇ SRCଙ୍କ ପ୍ରତିକ୍ରିୟା । ଭିତରକନିକା, ଚାନ୍ଦବାଲି, ଧାମରାରେ ଲ୍ୟାଣ୍ଡଫଲ୍‌ କରିବ ବାତ୍ୟା ‘ୟସ୍‌’ । କାଲି ପୂର୍ବାହ୍ନରେ ଲ୍ୟାଣ୍ଡଫଲ୍‌ ନେଇ ପୂର୍ବାନୁମାନ ହୋଇଛି। ରାଜନଗର, ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଆଜି ସନ୍ଧ୍ୟା ପରଠାରୁ ପବନର ବେଗ ମଧ୍ୟ ବୃଦ୍ଧି ପାଇବ । ଆଜି ସନ୍ଧ୍ୟା ପୂର୍ବରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ । ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରଣ କରି ରଖିବାକୁ ବନ୍ଦୋବସ୍ତ କରାଯାଇଛି। ଏବେ ସୁଦ୍ଧା ୫୦ରୁ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ଏହାସହ ୭ ହଜାର ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇଛି ।

ପୁରୀ, କଟକ, ଭୁବନେଶ୍ୱରରେ ୬୦ରୁ ୯୦ କିମି ପବନ ବହିବା ସମ୍ଭାବନା ରହିଛି । ତେଣୁ ବିଦ୍ୟୁତ କଟିଲେ ଜଳଯୋଗାଣ ବାଧାପ୍ରାପ୍ତ ହୋଇପାରେ । ଘରେ ଆବଶ୍ୟକତା ଅନୁସାରେ ଜଳ ଗଚ୍ଛିତ ରଖିବାକୁ ପରାମର୍ଶ ଦେଇଛନ୍ତି SRC। ବାତ୍ୟା ପାଇଁ ବିଦ୍ରତ ବିଭାଗର ୧୦ ହଜାର କର୍ମଚାରୀ ମୁତୟନ ହୋଇଛନ୍ତି । ଆଉ ୨ ହଜାର ଖୁବଶୀଘ୍ର ପହଂଚିବେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ପ୍ରସ୍ତୁତି ହୋଇଛି। କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ ଓ ବାଲେଶ୍ୱର ହାଇଜୋନରେ ରହିଛି। କେନ୍ଦୁଝର ଓ ମୟୂରଭଞ୍ଜକୁ ମଧ୍ୟ ଆଲର୍ଟ କରାଯାଇଛି। ସୁନ୍ଦରଗଡ଼, ଢେଙ୍କାନାଳ, ଅନୁଗୁଳର କିଛି ବ୍ଲକକୁ ମଧ୍ୟ ଆଲର୍ଟ ରହିବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.