Below header

ବାଟମାରଣା ଇନ୍ଦିରା ଆବାସ ଟଙ୍କା, ପ୍ରକୃତ ହିତାଧିକାରୀଙ୍କ ଖାତାକୁ ନଯାଇ ଅନ୍ୟଜଣଙ୍କ ଖାତାରେ ହୋଇଛି ଜମା

ଗଞ୍ଜାମ : ଇନ୍ଦିରା ଆବାସ ଯୋଜନାରେ ଆସିଥିବା ଟଙ୍କା ବାଟମାରଣା । ପ୍ରକୃତ ହିତାଧିକାରୀଙ୍କ ଖାତାକୁ ଟଙ୍କା ନଯାଇ ଅନ୍ୟଜଣଙ୍କ ଖାତାରେ ଟଙ୍କା ଜମାହୋଇଛି । ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ବ୍ଲକ ନେଟଙ୍ଗା ପଞ୍ଚାୟତ ଗୋବିନ୍ଦପୁର ଗାଁର ପୀତବାସ ଗୌଡ଼ । ତାଙ୍କ ନାଁରେ ଆସିଥିବା ଇନ୍ଦିରା ଆବାସ ଘର ବାବଦ ଟଙ୍କା ମଞ୍ଜୁୁର ହୋଇଛି । ହେଲେ ଘର ତିଆରି ହୋଇନି । ତଦନ୍ତ ପରେ ଜଣାପଡିଛି, ପୀତବାସ ଗୌଡ଼ଙ୍କ ନାଁରେ ମଞ୍ଜୁର ଟଙ୍କା ବାଲିଭାଗ ଗାଁର ପୀତବାସ ଗୌଡ଼ଙ୍କ ଖାତାକୁ ଦିଆଯାଇଛି ।

ବିଭିନ୍ନ ଆବାସ ଯୋଜନାରେ ହିତାଧିକାରୀ ଚୟନ ପାଇଁ ପଲ୍ଳୀସଭା ଡକାଯାଉ ନଥିବା ଲୋକେ ଅଭିଯୋଗ କରିଛନ୍ତି । ପଞ୍ଚାୟତ ପ୍ରତିନିଧି କିମ୍ବା ସରପଞ୍ଚଙ୍କୁ ଏ ବିଷୟରେ ଅବଗତ ମଧ୍ୟ କରାଯାଉନଥିବା ଅଭିଯୋଗ ହୋଇଛି । ହିତାଧିକାରୀଙ୍କ ଖାତାକୁ ଟଙ୍କା ନଆସି ଅନ୍ୟ ଲୋକଙ୍କ ଖାତାକୁ କିପରି ଟଙ୍କା ଦିଆଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣାର ଅନୁଧ୍ୟାନ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଲୋକେ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.