ସ୍କୁଲରେ ଛାତ୍ରୀଙ୍କୁ ଶିକ୍ଷକ ଦୁର୍ବ୍ୟବହାର, ଅଶ୍ଲୀଳ ଇଙ୍ଗିତ କରୁଥିବା ଅଭିଯୋଗ

ଆଠଗଡ଼ : ସ୍କୁଲରେ ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁର୍ବ୍ୟବହାର ଅଭିଯୋଗ । ଆଠଗଡ଼ ବାଙ୍କୀ ବ୍ଲକର ଘୋଳପୁର ନୋଡାଲ ସ୍କୁଲରେ ଜନୈକ ଶିକ୍ଷକ ବିଭିନ୍ନ ସମୟରେ ଅଶ୍ଲୀଳ ଇଙ୍ଗିତ କରୁଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଏହା ସହ ସେହି ସ୍କୁଲର ଜଣେ ଶିକ୍ଷୟତ୍ରୀ ଶ୍ରେଣୀରେ ପାଠ ନପଢ଼ାଇ ମୋବାଇଲରେ କଥା ହେଉଛନ୍ତି । ଏହାକୁ ବିରୋଧ କଲେ ଆକ୍ରୋଶମୂଳକ ଭାବେ ମାଡ଼ ମରାଯାଉଥିବା କହିଛନ୍ତି ଛାତ୍ରଛାତ୍ରୀ । ଘଟଣା ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷ ଓ ଉପଜିଲ୍ଲାପାଳଙ୍କୁ ଜଣାଯାଇଛି। ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ବାଙ୍କୀ ଉପଜିଲ୍ଲାପାଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.