Below header

ବିଚାରଧିନ କଏଦୀଙ୍କ କୋଭିଡ଼ କେୟାର ସେଣ୍ଟରରେ ଚିକିତ୍ସିତ ଅବସ୍ଥାରେ ମୄତ୍ୟୁ

ପଦ୍ମପୁର: ପଦ୍ମପୁର ଉପକାରାଗାରର ଜଣେ ବିଚାରଧିନ କଏଦୀଙ୍କ ମୄତ୍ୟୁ। କରୋନା ଆକ୍ରାନ୍ତ ହୋଇ କୋଭିଡ୍ କେୟାର ସେଣ୍ଟରରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୄତ୍ୟୁ ହୋଇଥିବା ଜଣାପଡିଛି। ପାଇକମାଲ ଥାନା ଢେଙ୍କିମୁଣ୍ଡା ଗ୍ରାମର ଛତରାମ ଧନଓ୍ବର ହତ୍ୟା ଉଦ୍ୟମ ଅଭିଯୋଗରେ ଗତ ନଭେମ୍ବର ୨୦୨୦ ରୁ ପଦ୍ମପୁର ଉପକାରାଗାରେ ସେ ବିଚାରଧିନ କଏଦୀ ଭାବରେ ଥିଲେ ।

ଗତ ମେ ମାସ ୨୧ ତାରିଖ ଦିନ ପଦ୍ମପୁର ଉପକାରାଗାର ଅନ୍ତେବାସୀ ମାନଙ୍କ କରୋନା ପରୀକ୍ଷା କରାଗଲା ଏବଂ ସେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ । ୨୩ ତାରିଖ ଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ପଦ୍ମପୁର କୋଭିଡ଼ କେୟାର ସେଣ୍ଟରରେ ଭର୍ତ୍ତି କରାଗଲା । ଗତକାଲି ସନ୍ଧ୍ୟା ପ୍ରାୟ ୭.୫୦ରେ ଚିକିତ୍ସା ଅବସ୍ଥାରେ ମୄତ୍ୟୁ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.