ଟିଏମସିରେ ବଡ଼ ଧରଣରର ଅଦଳବଦଳ, ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

କୋଲକତା: ଟିଏମସିରେ ବଡ଼ ଧରଣରର ଅଦଳବଦଳ । ମମତା ବାନାର୍ଜୀଙ୍କ ପୁତୁରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ପଶ୍ଚିମବଙ୍ଗ ବିଧାନସଭାରେ ଏକତରଫା ବିଜୟ ହାସଲ କରିଥିବା ମମତା ବାନାର୍ଜୀଙ୍କ ଟିଏମସିରେ ବଡ଼ ଧରଣର ସାଙ୍ଗଠନିକ ଅଦଳବଦଳ ହୋଇଛି । ନୂଆ ନିଷ୍ପତ୍ତି ଅନୁଯାୟୀ, ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଦଳର ଜାତୀୟ ସାଧାରଣ ସମ୍ପାଦକ ପଦରେ ଅବସ୍ଥାପିତ କରାଯାଇଛି । ଅଭିଷେକ ହେଉଛନ୍ତି, ଡାଇମଣ୍ଡ ହାରବରର ସାଂସଦ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ।

ନିର୍ବାଚନ ପରେ ପ୍ରଥମଥର ପାଇଁ ଟିଏମସିର କାର୍ଯ୍ୟକାରୀ କମିଟିର ବୈଠକ ବସିଥିଲା । ବୈଠକରେ ସାଙ୍ଗଠନିକ ଅଦଳବଦଳ ସମ୍ପର୍କରେ ନିଷ୍ପତ୍ତି ହୋଇଛି । ଏଣିକି ପଶ୍ଚିମବଙ୍ଗ ବ୍ୟତୀତ ଦେଶର ବିଭିନ୍ନ ରାଜ୍ୟରେ ଟିଏମସି ତାର ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବ ବୋଲି କମିଟି ନିଷ୍ପତ୍ତି ନେଇଛି । ଏଥିରେ ଉପସ୍ଥିତି ଥିଲେ ପଲଟିକାଲ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର । ପଶ୍ଚିମବଙ୍ଗର ମନ୍ତ୍ରୀ ପାର୍ଥ ଚାଟାର୍ଜୀ କହିଛନ୍ତି, ଗୋଟିଏ ପଦରେ ଜଣେ ବ୍ୟକ୍ତି ହିଁ ରହିବେ ।

ଅଭିଷେକ ବାନାର୍ଜୀ ଦଳର ଜାତୀୟ ସାଧାରଣ ସମ୍ପାଦକ ପଦ ପାଇଥିବାରୁ ତାଙ୍କୁ ଏବେ ଟିଏମସି ୟୁଥ୍‌ ଓ୍ଵିଙ୍ଗ୍‌ର ଇନ୍‌ ଚାର୍ଜ ପଦରୁ ଇସ୍ତଫା ଦେବାକୁ ପଡିଛି । ଅଭିନେତାରୁ ରାଜନେତା ବନିଥିବା ସାୟୋନି ଘୋଷ ୟୁଥ୍‌ ଓ୍ଵିଙ୍ଗର ଦାୟିତ୍ୱ ନେବେ । ସେ ଦକ୍ଷିଣ ଆସାନସୋଲରୁ ନିର୍ବାଚନ ଲଢ଼ିଥିଲେ । ସେହିଭଳି ସାଂସ୍କୃତିକ ସେଲର ମୁଖ୍ୟ ଭାବେ ରାଜ ଚକ୍ରବର୍ତ୍ତୀଙ୍କୁ ଦାୟିତ୍ୱ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.