Below header

ବିଧି ରକ୍ଷା କରିବାକୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ: ଶ୍ରୀମନ୍ଦିର ଭିତରେ ହେବ ଅକ୍ଷୟ ତୃତୀୟା ନୀତି, ମନ୍ଦିର ଭିତରେ କରାଯିବ ରଥ ନିର୍ମାଣ ଅନୁକୂଳ

ପୁରୀ: ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟତୃତୀୟା ନୀତି । ସରକାରୀ ନିୟମ ପାଳନ କରି ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା । ରଥଯାତ୍ରା ଓ ଅକ୍ଷୟ ତୃତୀୟା ପାଳନ ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଆଲୋଚନା କରିବା ପରେ ଏହା କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଜଗତଗୁରୁଙ୍କ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ମେଘନାଦ ପାଚେରୀ ମଧ୍ୟରେ ସବୁ ବିଧି ପାଳନ କରାଯିବ । ମେ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଥିବାରୁ ମନ୍ଦିର ପରିସରରେ ସମସ୍ତ ରୀତିନୀତି ହେବ ।

puriଲକଡାଉନ ହଟିବା ପରେ ରଥଯାତ୍ରା ପାଇଁ ନିଷ୍ପତ୍ତି ନିଆଯିବ । ମନ୍ଦିର ପରିସରରେ ହେବ ରଥ ଅନୁକୂଳ ନୀତି । ରୀତିନୀତି ପାଳନ ନେଇ ଜିଲ୍ଲାପାଳ ସ୍ଥାନ ଅନୁଧ୍ୟାନ କରିବେ । ନୂଆ ବ୍ୟବସ୍ଥାବଳୀ ନେଇ ଦିନ ୧୦ଟାରେ ସେବାୟତଙ୍କ ସହ ଆଲୋଚନା ହେବ । ପୁରୀ ଗୋବର୍ଦ୍ଧନ ପୀଠ ଗସ୍ତ କରି ଗଜପତି ଶଙ୍କରାଚାର୍ଯ୍ୟଙ୍କ ସହ ସମସ୍ତ ଆଲୋଚନା କରିଥିଲେ । ସାକ୍ଷାତ ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ସେବାୟତ ମାନେ ଉପସ୍ଥିତ ଥିଲେ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.