ଜୁମ୍‍କୁ ଟକ୍କର ଦେବା ଫେସବୁକ ଆଣିଲା “ମେସେଞ୍ଜର ରୁମ’, ଏହାସାଙ୍ଗରେ ୫୦ ଜଣଙ୍କୁ କରିପାରିବେ ଭିଡିଓ କଲ୍‍

ଜୁମ ଆପର ଲୋକପ୍ରିୟତା ଏବଂ ପ୍ରାଇଭେସିକୁ ନେଇ ଉଠୁଥିବା ପ୍ରଶ୍ନ ମଧ୍ୟରେ ଫେସବୁକ ନିଜର ମେସେଞ୍ଜରକୁ ଅପଡେଟ କରିଛି । ଫେସବକୁ ମେସେଞ୍ଜରରେ ରୁମ ଫିଚର ଜାରି କରିଛି । ଯାହା ପରେ ଫେସବୁକ ମେସେଞ୍ଜର ସାହାଯ୍ୟରେ ଏକାସାଥିରେ ୫୦ ଜଣ ଲୋକଙ୍କ ସହିତ ଭିଡିଓ କଲିଂ କରିବାର ସୁବିଧା ପାଇପାରିବେ । ମେସେଞ୍ଜର ରୁମ ଭିଡିଓ କଲିଂରେ ଜଣେ ଥରେ ମାତ୍ର ଇନଭାଇଟ ଲିଙ୍କ ଜରିଆରେ ସାମିଲ ହୋଇପାରିବ । ଆପଣ ଫେସବୁକ ବ୍ୟବହାର କରନ୍ତୁ କିମ୍ବା ନ କରନ୍ତୁ ଆପଣ ଏଥିରେ ସାମିଲ ହୋଇପାରିବେ । ମେସେଞ୍ଜର ରୁମରେ ମଧ୍ୟ ଜୁମ୍‍ ଭଳି ଫିଚର୍ସ ଦିଆଯାଇଛି । ଫେସବୁକ ମେସେଞ୍ଜର ରୁମରେ ଆଗ୍ୟୁମେଣ୍ଟ ରିଆଲିଟି ଇଫେକ୍ଟ ମଧ୍ୟ ମିଳିବ ।

11

କରୋନା ମହାମାରୀ ଯୋଗୁଁ ଲକଡାଉନରେ ଫସିଥିବା ବ୍ୟକ୍ତି ଘରୁ କାମ କରି ଦେବା ସୁବିଧା ପାଇଁ ଭିଡିଓ କନଫରେନ୍ସି ମୁଖ୍ୟ ମାଧ୍ୟମ ପାଲଟିଛି । କେବଳ ସେତିକି ନୁହେଁ, ଏହା ମାଧ୍ୟମରେ ଘରେ ଥିବା ସାଙ୍ଗ, ବନ୍ଧୁ, ଅଫିସ ଏବଂ ପରିବାର ଲୋକଙ୍କ ସହିତ ବହୁତ ସହଜରେ ଯୋଡି ହୋଇରହିପାରୁଛି ।

ନିକଟରେ ଲଞ୍ଚ ହୋଇଥିବା ଜୁମ ଆପର ବହୁତ ବ୍ୟବହାର କରାଯାଇଥିଲା । ଯାହା ସାହାଯ୍ୟରେ ଗ୍ରୁପ କଲର ସୁବିଧା ମିଳୁଥିଲା କିନ୍ତୁ ବ୍ୟକ୍ତିଗତ ଡାଟା ଚୋରି ହେବାର ଅଭିଯୋଗ ଆସିଲା । ଅନେକ ଦେଶର ସକରାର ଏହାକୁ ବ୍ୟବହାର ନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଲେ । କିନ୍ତୁ ଫେସବୁକ ମେସେଞ୍ଜର ରୁମକୁ ଅଧିକରୁ ଅଧିକ ଲୋକ ବ୍ୟବହାର କରିପାରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.