ନିଆଳିରେ ବ୍ରଜପାତରେ ଜଳିଗଲା ନଡ଼ିଆ ଗଛ, କାଳବୈଶାଖୀ ବର୍ଷା ଉଡାଜିଦେଲା ଫସଲ

ନିଆଳି: ବ୍ରଜପାତରେ ଜଳିଗଲା ନଡ଼ିଆ ଗଛ। ଗତକାଲି ରାତି ସମୟରେ ମାଡ଼ି ଆସିଲା କାଳ ବୈଶାଖୀ। ପବନ,ମେଘ ସହ ଘଡଘଡି। ଠପ ହୋଇଯାଇଥିଲା ବିଦ୍ୟୁତ୍ ସରବରାହ। ଚାରିଆଡ଼େ ଘଞ୍ଚ ଅନ୍ଧାର। ଗୋଟିଏ ପରେ ଗୋଟିଏ ଘଡଘଡି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା ଓ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଞ୍ଚଳରେ। ନିଆଳି ଥାନା ନିଆଳି ହାଟ ସାହିର ଜଟିଆ ସାହୁଙ୍କ ବାରିପଟରେ ଥିବା ନଡ଼ିଆ ଗଛ ଉପରେ ବ୍ରଜପାତ ହୋଇଥିଲା। ବ୍ରଜପାତରେ ନଡ଼ିଆ ଗଛ ପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଭୟାନକ ଦୃଶ୍ୟ ଦେଖି ସଭିଁଏ ଭୟଭୀତ ହୋଇଯାଇଥିଲେ। ବର୍ଷା ଯୋଗୁଁ ବିଲରେ ମୁଗ,ବିରି ଓ କୋଳଥ ଫସଲ ନଷ୍ଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.