ନିଲମ୍ବିତ ହେଲେ ଇନ୍ସପେକ୍ଟର ସନ୍ଧାରାଣୀ ଜେନା

ଇନ୍ସପେକ୍ଟର ସନ୍ଧାରାଣୀ ଜେନା ସସପେଣ୍ଡ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଲଖନପୁରରେ ଆଇଆଇସି ଥିବା ବେଳେ ଏକ ଦୁର୍ଘଟଣାକୁ ନେଇ ବିବାଦୀୟ ହୋଇପଡ଼ିଥିଲେ ।

ଝାରସୁଗୁଡା: ଇନ୍ସପେକ୍ଟର ସନ୍ଧାରାଣୀ ଜେନା ସସପେଣ୍ଡ । କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଲଖନପୁରରେ ଆଇଆଇସି ଥିବା ବେଳେ ଏକ ଦୁର୍ଘଟଣାକୁ ନେଇ ବିବାଦୀୟ ହୋଇପଡ଼ିଥିଲେ । ନିଜ ଅଞ୍ଚଳରେ ଏକ ଦୁର୍ଘଟଣାକୁ ଅନ୍ୟତ୍ର ରୂପ ଦେବା ନେଇ ଅଭିଯୋଗ ଥିଲା । ଗତ ୭ ତାରିଖ ବିଳମ୍ବିତ ରାତିରେ ଲଖନପୁର ଥାନା ୪୯ନଂ ଜାତୀୟ ରାଜପଥରେ ଏକ କୋଇଲା ବୋଝେଇ ଟ୍ରକ ଓ ବାଇକ ଦୁର୍ଘଟଣାରେ ୩ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ଚାପି ଦେବା ପାଇଁ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩ ଜଣଙ୍କ ମୃତଦେହକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ । ଘଟଣା ପରେ ଝାରସୁଗୁଡା ଏସପି ତାଙ୍କୁ ପୋଲିସ ମୁଖ୍ୟାଳୟକୁ ବଦଳି କରି ଦେଇଥିଲେ । ଆଜି ତାଙ୍କୁ ନିଲମ୍ବନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.