କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ୧୯୯୪ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସଞ୍ଜୀବ ପଣ୍ଡା

ଭୁବନେଶ୍ବର(କେନ୍ଯୁଜ୍): କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ଗ୍ରହଣ କଲେ ୧୯୯୪ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ସଞ୍ଜୀବ ପଣ୍ଡା। କ୍ରାଇମବ୍ରାଞ୍ଚରେ ଯୋଗ ଦେବା ପରେ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ତଦନ୍ତ ଉପରେ ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ରାଜ୍ୟରେ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ଉପରେ ଅଧିକ ଯତ୍ନବାନ ହୋଇ କ୍ରାଇମବ୍ରାଞ୍ଚ କାମ କରିବ।

ସାଇବର ଅପରାଧର ନିରାକରଣ ଓ ଲୋକଙ୍କୁ ସଚେତନ ଉପରେ ଗୁରୁତ୍ୱ ଦିଆଯିବ। ପୂର୍ବରୁ ପରିବହନ କମିଶନର ଭାବେ ସଫଳତା ସହ ଦାୟିତ୍ୱ ତୁଲାଇଥିଲେ ସଞ୍ଜୀବ ପଣ୍ଡା। ଗତ ସପ୍ତାହରେ କ୍ରାଇମବ୍ରା଼ଞ୍ଚ ଏଡ଼ିଜି ଭାବେ ସଞ୍ଜୀବ ପଣ୍ଡାଙ୍କୁ ବଦଳି କରିଥିଲେ ରାଜ୍ୟ ସରକାର।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.