ଅଗ୍ନିଶମ ବିଭାଗ ଡିଜି ହେଲେ ସୁନୀଲ ରାୟ, କଟକ ନୂଆପାଟଣା ଅଗ୍ନିସେବା ନିର୍ଦ୍ଦେଶାଳୟରେ ଗ୍ରହଣ କଲେ ଦାୟିତ୍ୱ

କଟକ : ଅଗ୍ନିଶମ ବିଭାଗ ଡିଜି ହେଲେ ସୁନୀଲ ରାୟ। କଟକ ନୂଆପାଟଣା ଅଗ୍ନିସେବା ନିର୍ଦ୍ଦେଶାଳୟରେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ଅଗ୍ନିଶମ ବିଭାଗ ଡିଜି ବିକେ ଶର୍ମାଙ୍କୁ ଗୃହ ବିଭାଗ ଓଏସଡି ଦାୟିତ୍ୱ ଦିଆଯିବା ପରେ ସୁନିଲ ରାୟଙ୍କୁ ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ପଦକୁ ବଦଳି କରାଯାଇଥିଲା। ୧୯୮୭ ବ୍ୟାଚର ଆଇପିଏସ ସୁନୀଲ ରାୟ ପୂର୍ବରୁ ଅନେକ ଗୁରୁତ୍ୱ ପୂର୍ଣ୍ଣ ପଦବୀରେ ଦାୟିତ୍ୱ ନିର୍ବାହ କରିଛନ୍ତି। ଏହା ପୂର୍ବରୁ ଗୁଇନ୍ଦା ଡିଜି ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ଦାୟିତ୍ୱ ଗ୍ରହଣ ପରେ ସୁନିଲ ରଏଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ଏହି ଦାୟିତ୍ୱକୁ ଆହୁରି ଆଗକୁ ନେଇଯିବି। ପୋଲିସକୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବୁ। ଫାୟାର ସର୍ଭିସ୍‌ ହେଉଛି ଜରୁରୀକାଳୀନ ଅଫିସ। ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପଦକ୍ଷେପ ନେବୁ ବୋଲି ସୁନୀଲ ରଏ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.