Below header

କଳାହାଣ୍ଡି : ସାରକୁ ନେଇ ପୁଣି ତାତିଲେ ଚାଷୀ, ନନ୍ଦାହାଣ୍ଡି ଲ୍ୟାମ୍ପ୍ସରେ ପକାଇଲେ ତାଲା

କଳାହାଣ୍ଡି(କେନ୍ୟୁଜ୍‌) : ସାରକୁ ନେଇ ପୁଣି ତାତିଲେ ଚାଷୀ । କଳାହାଣ୍ଡି ଜିଲ୍ଲା ନନ୍ଦାହାଣ୍ଡି ଲ୍ୟାମ୍ପ୍ସରେ ପକାଇଛନ୍ତି ତାଲା । ଲ୍ୟାମ୍ପ୍ସକୁ ଦୁଇଟି ପର୍ଯ୍ୟାୟରେ ୨ ହଜାର ପ୍ୟାକେଟ ସାର ଆସିଥିଲା । ବ୍ଲକର ୧୧ଟି ପଞ୍ଚାୟତ ମଧ୍ୟରୁ ୧୦ଟି ପଞ୍ଚାୟତକୁ ୨୦୦ ଓ ପଡାଲଗୁଡ଼ାକୁ ୧୦୦ ପ୍ୟାକେଟ ସାର ଦେବା ପାଇଁ ସମସ୍ତ ପଞ୍ଚାୟତର ଚାଷୀ ନିଷ୍ପତ୍ତି ନେଇଥିଲେ ।

ହେଲେ ୭ଟି ପଞ୍ଚାୟତକୁ ଛାଡ଼ିଦେଲେ ଅନ୍ୟ ୩ ପଞ୍ଚାୟତର ଚାଷୀ ସାର ପାଇବାରୁ ବଞ୍ଚିତ ହୋଇଥିଲେ । ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା ଓ ଲ୍ୟାମ୍ପ୍ସରେ ଚାଷୀ ତାଲା ପକାଇଥିଲେ ।

ସାର ନମିଳିଲେ ଆଗାମୀ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହିତ ଜାତୀୟ ରାଜପଥ ଅବରୋଧ କରିବାକୁ ଧମକ ଦେଇଛନ୍ତି ଚାଷୀ । ଯଥାଶୀଘ୍ର ୩ଟି ପଞ୍ଚାୟତର ଚାଷୀଙ୍କୁ ସାର ଯୋଗାଇ ଦିଆଯିବ ବୋଲି କହିଛନ୍ତି ଲ୍ୟାମ୍ପ୍ସ ଏମଡି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.