ଆମୋନିଆ ମୁକ୍ତ ହେବ ଓଡିଶା, ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ଟ୍ୟାବଲେଟ

ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ଟ୍ୟାବଲେଟ। ୯ ଏପ୍ରିଲରୁ ୧୬ଜୁନ ଯାଏ ଘରକୁ ଘର ବୁଲି ଟାବଲେଟ ବଣ୍ଟାଯିବ । ପିଙ୍କ ଟ୍ୟାବଲେଟ ପ୍ରଥମରୁ ପଞ୍ଚମ ଓ ବ୍ଲୁ ଟ୍ୟାବଲେଟ ଷଷ୍ଠରୁ ଦ୍ଲୱାଦଶ ଛାତ୍ରଛାତ୍ରୀଙ୍କୁ ଦିଆଯିବ।

ଭୁବନେଶ୍ୱର (କେନ୍ୟୁଜ): ଖରାଛୁଟିରେ ଛାତ୍ରଛାତ୍ରୀଙ୍କୁ ମିଳିବ ଆଇରନ ଓ ଫଲିକଏସିଡ ଟ୍ୟାବଲେଟ। ୯ଏପ୍ରିଲରୁ ୧୬ଜୁନ ଯାଏ ଘରକୁ ଘର ବୁଲି ଟାବଲେଟ ବଣ୍ଟାଯିବ । ଶିକ୍ଷକମାନଙ୍କୁ ଟାବଲେଟ ବାଣ୍ଟିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି । ପିଏମ ପୋଷଣର ରାଜ୍ୟ ନୋଡାଲ ଅଫିସର ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାମୁତାବକ ଖରାଛୁଟିରେ ପିଲା ମାନଙ୍କୁ ଏହି ବଟିକା ଦିଆଯିବ । ପ୍ରତ୍ୟେକ ପିଲାମାନଙ୍କୁ ଏହି କ୍ରମରେ ୮ଟି ଲେଖାଏଁ ବଟିକା ଦିଆଯିବ । ଜୁନ ୧୬ ଯାଏଁ ଘରକୁ ଘର ବୁଲି ଏହି ବଟିକା ପ୍ରଦାନ କରାଯିବ। ପିଙ୍କ ଟ୍ୟାବଲେଟ ପ୍ରଥମରୁ ପଞ୍ଚମ ଓ ବ୍ଲୁ ଟ୍ୟାବଲେଟ ଷଷ୍ଠରୁ ଦ୍ଲୱାଦଶ ଛାତ୍ରଛାତ୍ରୀଙ୍କୁ ଦିଆଯିବ। ଏକ୍ସପାରି ଡେଟ ଯାଞ୍ଚ ପରେ ଅଭିଭାବକଙ୍କୁ ହସ୍ତାନ୍ତର ହେବ ଟ୍ୟାବଲେଟ। ଏକ୍ସପାରି ଟ୍ୟାବଲେଟକୁ ନବାଣ୍ଟି। ସ୍ୱାସ୍ଥ୍ୟ ବିଭାଗକୁ ଫେରସ୍ତ କରାଯିବ।

ରାଜ୍ୟ ସରକାରଙ୍କ ଆନେମିଆ ମୁକ୍ତ ଲକ୍ଷ ଅଭିଯାନ ବା ଅମ୍ଳାନ କାର୍ଯ୍ୟକ୍ରମ ଜରିଆରେ ଆନେମିଆ ଦୂରୀକରଣ ଲକ୍ଷ୍ୟ ରଖାଯାଇଛି । ଏହାକାର୍ଯ୍ୟରେ ଶିକ୍ଷକ ମାନେ ନିଯୋଜିତ ହେବେ । କେବଳ ଏତିକି ନୁହେଁ ଟାବଲେଟ ବାଣ୍ଟିବା ପରେ ସେମାନେ ବିଭାଗକୁ ଏହି ବିଷୟରେ ମଧ୍ୟ ଅବଗତ କରାଇବା ନେଇ ସୂଚନା ମିଳିଛି ।

ପ୍ରତି ଛାତ୍ରଛାତ୍ରୀ ସୋମବାର ଗୋଟିଏ IFA ଟ୍ୟାବଲେଟ ଲଞ୍ଚ ବା ଡିନର ଖାଇବା ପରେ ଖାଇବେ। ତାପରେ ଗୋଟିଏ ଗ୍ଲାସ ପାଣି ପିଇବେ। ଏସବୁ ଅଭିଭାବକଙ୍କ ଉପସ୍ଥିତିରେ କରାଯିବ। ଆବଶ୍ୟକସ୍ଥଳେ ସ୍କୁଲ SMC ଏହାର ତଦାରଖ କରିବ। ଟାଣ ଖରା ଯୋଗୁଁ SRC ଙ୍କ ଗାଇଡଲାଇନ ମାନି ସକାଳେକି ସାନ୍ଧ୍ୟ ସମୟରେ ଏହି ଟ୍ୟାଵଲେଟ ଘରକୁ ଯାଇ ବାଣ୍ଟିବେ ଶିକ୍ଷକ। ରଘୁରାମ ଆର. ଆୟର, ରାଜ୍ୟ ନୋଡାଲ ଅଫିସର।