ଜେଲରୁ ମୁକୁଳିଲେ ଅଭିନେତ୍ରୀ କ୍ରିସନ ପରେରା, ମିଛ ଡ୍ରଗ୍ସ କେସରେ ଶାରଜାହ ବିମାନବନ୍ଦରରୁ ହୋଇଥିଲେ ଗିରଫ
ବଲିଉଡ ଅଭିନେତ୍ରୀ କ୍ରିସନ ପରୋରା ଜେଲରୁ ମୁକୁଳିଲେ । ଡ୍ରଗ୍ସ କେସ୍ରେ ଦୁବାଇ ଜେଲରେ ବନ୍ଦୀ ଥିଲେ । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଡ୍ରଗ୍ସ କାରବାର ମାମଲାରେ ଅଭିନେତ୍ରୀଙ୍କୁ ଫସାଇଥିବା ଦୁଇ ଜଣଙ୍କୁ ପୋଲିସ ଗତକାଲି ଗିରଫ କରିଥିଲା । ଅଭିନେତ୍ରୀଙ୍କୁ ଫସାଇବା ପାଇଁ ଏହିଦୁଇ ଜଣ ତାଙ୍କୁ ଡ୍ରଗ୍ସ ଦେଇ ପଠାଇଥିଲେ ।
ଶେଷରେ ଜେଲରୁ ମୁକୁଳିଲେ ଅଭିନେତ୍ରୀ କ୍ରିସନ ପରୋରା । ଅଭିନେତ୍ରୀ ଜେଲରୁ ମୁକୁଳିବା ପରେ ମା’ ଙ୍କ ଖୁସି ନ କହିଲେ ସରେ । ଡ୍ରଗ୍ସ କେସରେ ମିଛରେ ଫସାଯାଇ ଦୁବାଇର ଶାରଜାହ ଏୟାରପୋର୍ଟରୁ ଧରାପଡିଥିଲେ । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଡ୍ରଗ୍ସ କାରବାର ମାମଲାରେ ଅଭିନେତ୍ରୀଙ୍କୁ ଫସାଇଥିବା ଦୁଇ ଜଣଙ୍କୁ ପୋଲିସ ଗତକାଲି ଗିରଫ କରିଥିଲା । ଅଭିନେତ୍ରୀଙ୍କୁ ଫସାଇବା ପାଇଁ ଏହିଦୁଇ ଜଣ ତାଙ୍କୁ ଡ୍ରଗ୍ସ ଦେଇ ପଠାଇଥିଲେ ।
ଖବର ମୁତାବକ, ମା’ଙ୍କ ଠାରୁ ପ୍ରତିଶୋଧ ନେବାକୁ କ୍ରିସନଙ୍କୁ ଫସାଇଥିଲା ଏନ୍ଥୋନୀ ପଲ୍ । କରୋନା ସମୟରେ ଏନ୍ଥୋନୀ ଭଉଣୀକୁ ଭେଟିବାକୁ କ୍ରିସନ ରହୁଥିବା ବିଲିଡିଂକୁ ଆସିଥିଲା। ସେହି ସମୟରେ କ୍ରିସନଙ୍କ କୁକୁର ଏନ୍ଥୋନୀକୁ ଭୁକିଥିଲା । ଫଳରେ ସେ ତା’ ଉପରକୁ ଚେୟାର ଫୋପାଡିଥିଲେ । ଏହି କଥାରେ କ୍ରିସନଙ୍କ ମା’ ଏନ୍ଥୋନୀକୁ ଗାଳିଗୁଲଜ କରିଥିଲେ । ତେବେ ଏହି ଘଟଣାର ପ୍ରତିଶୋଧ ନେବାକୁ ଏନ୍ଥୋନୀ ତା’ର ବନ୍ଧୁ ସହିତ ମିଶି ଏଭଳି କାଣ୍ଡ ରଚିଥିଲା ।
ତେବେ ପୂର୍ବରୁ ଅଭିନେତ୍ରୀ ଜଣକ କହିଥିଲେ, ଟ୍ରଫିରେ ଡ୍ରଗ୍ସ କେଉଁଠୁ ଆସିଲା ସେ ଜାଣିନାହାନ୍ତି, ତାଙ୍କୁ ଫସାଇବା ପାଇଁ ଏଭଳି କାଣ୍ଡ ରଚାଯାଇଛି । ସେହିପରି ଅଭିନେତ୍ରୀଙ୍କ ପରିବାର ପକ୍ଷରୁ କୁହାଯାଇଥିଲା, ତାଙ୍କ ଝିଅକୁ ଫସାଯାଇଛି । ମୁମ୍ବାଇ ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଛି । ଡ୍ରଗ୍ସ ମାମଲାରେ ଅଭିନେତ୍ରୀଙ୍କୁ ଫସାଇବା ପାଇଁ ଷଡଯନ୍ତ୍ର ରଚାଯାଇଥିଲା । ପଲ୍ ଏବଂ ତାଙ୍କ ସାଙ୍ଗ ରବି ଦୁହେଁ ଦୁବାଇରେ ଏକ େଓ୍ଵବ ସିରିଜ ସୁଟିଂ ପାଇଁ ଅଭିନେତ୍ରୀଙ୍କୁ ପଠାଇଥିଲେ । ବିମାନ ବନ୍ଦରକୁ ଯିବା ସମୟରେ ଏହି ଟ୍ରଫି ଦେଇଥିଲେ । ଯେଉଁଥିରେ ଡ୍ରଗ୍ସ ଲୁଚାଯାଇଥିଲା । ତେବେ ପଲ୍ ପୂର୍ବରୁ ଅନ୍ୟ ୪ ଜଣଙ୍କୁ ଏମିତି କରି ଫସାଇଥିବା ପୋଲିସ କହିଛି ।
ସୂଚନାଯୋଗ୍ୟ, ଅଭିନେତ୍ରୀ କ୍ରିସନ ପରେରା ସଡ଼କ ୨ ଏବଂ ବାଟଲା ହାଉସ ଭଳି ଫିଲ୍ମରେ କାମ କରିସାରିଛନ୍ତି ।