ଜେଡ୍ ସୁରକ୍ଷା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ରାକ୍ଷୀ ସାୱନ୍ତ, ଏକଥା ଶୁଣି ଟ୍ରୋଲ୍ କରୁଛନ୍ତି ଲୋକେ
ଅଭିନେତ୍ରୀ ରାକ୍ଷୀ ସାୱନ୍ତ ବିଭିନ୍ନ କାରଣରୁ ହେଡଲାଇନ୍ ରେ ରହିଥାନ୍ତି। ନିକଟରେ ମୁମ୍ବାଇର ଏକ ଇଭେଣ୍ଟରେ ଏହି ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା। ଯେଉଁଠାରେ ସେ ଏକ ବାର୍ତ୍ତାଳାପ ସମୟରେ କଡିଥିଲେ ଯେ ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ପାଇଥିବା ଧମକ ପରେ, ଜୀବନ ପ୍ରତି ବିପଦ ଦର୍ଶାଇ ଖୁବ ଶୀଘ୍ର ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜେଡ୍ ସୁରକ୍ଷା ଦେବା ପାଇଁ ଭେଟିବେ।
ମୁମ୍ବାଇ: ବିବାଦୀୟ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ବିଭିନ୍ନ କାରଣରୁ ହେଡଲାଇନ୍ ରେ ରହିଥାନ୍ତି। ନିକଟରେ ମୁମ୍ବାଇର ଏକ ଇଭେଣ୍ଟରେ ଏହି ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା। ଯେଉଁଠାରେ ସେ ଏକ ବାର୍ତ୍ତାଳାପ ସମୟରେ କହିଥିଲେ ଯେ ସେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ପାଇଥିବା ଧମକ ପରେ, ଜୀବନ ପ୍ରତି ବିପଦ ଦର୍ଶାଇ ଖୁବ ଶୀଘ୍ର ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜେଡ୍ ସୁରକ୍ଷା ଦେବା ପାଇଁ ଭେଟିବେ।
ରାକ୍ଷୀ କହିଛନ୍ତି ତାଙ୍କୁ ଜେଡ୍ ସୁରକ୍ଷା ଦେବା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଭେଟିବା ସହିତ ରାଜନାଥଜୀଙ୍କୁ ମଧ୍ଯ ଭେଟିବେ। ଯଦି ସେ କଙ୍ଗନା ରାଣାୱତଙ୍କୁ ଜେଡ୍ ସୁରକ୍ଷା ଦେଇପାରିବେ, ସେ ମୋତେ କାହିଁକି ଦେଇ ପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି? କଙ୍ଗନାଙ୍କୁ କୌଣସି ଧମକ ମଧ୍ୟ ମିଳି ନଥିଲା। ହେଲେ ତାଙ୍କୁ ମିଳିଛି। ଯାହାର ପ୍ରମାଣ ବି ତାଙ୍କ ପାଖରେ ଥିବା କଥା ସେ କହିଛନ୍ତି।
ସୂଚନା ଥାଉକି, ଗତ ଏପ୍ରିଲ ୧୯ରେ ବିଷ୍ଣୋଇ ଗ୍ୟାଙ୍ଗ ଉଭୟ ସଲମାନ ଓ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କୁ ହତ୍ୟା ଧମକ ଦେଇଥିଲା। ଏହି ଗ୍ୟାଙ୍ଗ ମୁମ୍ବାଇରେ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇ ରାକ୍ଷୀଙ୍କୁ ଏଥିରେ ମୁଣ୍ଡ ନଖେଳାଇବାକୁ କହିଥିଲା। ଏହି ମାମଲାରେ ହସ୍ତକ୍ଷପ କଲେ କିମ୍ବା କିଛି କହିଲେ ଏହାର ପରିଣାମ ରାକ୍ଷୀଙ୍କୁ ଭୋଗିବାକୁ ପଡ଼ିବ ବୋଲି ବିଷ୍ଣୋଇ ଗ୍ୟାଙ୍ଗ ଧମକ ଦେଇଥିଲା।
View this post on Instagram
କାହିଁକିନା ସଲମାନଙ୍କୁ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ପ୍ରଥମେ ଦମକ ମିଳିବାପରେ ରାକ୍ଷୀ କହିଥିଲେ, ସେ ସଲମାନ ଭାଇଙ୍କ ପକ୍ଷରୁ ବିଷ୍ଣୋଇ ସମାଜକୁ କ୍ଷମା ମାଗୁଛନ୍ତି। ତାଙ୍କ ଭାଇ ସଲମାନଙ୍କ ଉପରେ କୌଣସି ଖରାପ ନଜର ନପକାଇବାକୁ ସେ କହିଥିଲେ।ଏହାସହ କହିଥିଲେ ସଲମାନ ଜଣେ ଭଲ ମଣିଷ। ଗରିବଙ୍କ ପାଇଁ ଭଗବାନ। ସେ ଜଣେ ମହାପୁରୁଷ। ସଲମାନ ଭାଇଙ୍କ ପାଇଁ ପ୍ରାର୍ଥନା କର। ସଲମାନ ଭାଇଙ୍କ ଶତ୍ରୁର ଆଖି ଫୁଟିଯାଉ, ସ୍ମରଣଶକ୍ତି ଚାଲିଯାଉ। ଏଭଳି କିଛି ଶବ୍ଦ ବ୍ଯବହାର କରିଥିଲେ ରାକ୍ଷୀ।
ତେବେ ବର୍ତ୍ତମାନ ରାକ୍ଷୀଙ୍କ ଜେଡ୍ ସୁରକ୍ଷା ସମ୍ପର୍କରେ କୁହାଯାଇଥିବା ଭିଡିଓ ସେୟାର ହେବା ପରେ ଇନଷ୍ଟାଗ୍ରାମରେ ଏହାକୁ ବହୁ ଲୋକ ଟ୍ରୋଲ କରି ଭାଇରାଲ କରିସାରିଲେଣି। ଜଣେ ଉପଭୋକ୍ତା ଲେଖିଛନ୍ତି, “Kya kya dekhna padh rha…ab aise aise ko bhi z security chahiye.” ଆଉ ଜଣେ କମେଣ୍ଟ ଦେଇ କହିଛନ୍ତି, “Matlb Kuch bhi..khud ko kya smjhti hai ye aurat… Kaise kaise log hai india Mai.” ।