Below header

ଡ.ସାମନ୍ତଙ୍କୁ ସମ୍ମାନଜନକ ଡିଲିଟ୍‌ : ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଗଲା ସମ୍ମାନିତ

କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କରଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡିଲିଟ୍‌ ପ୍ରଦାନ କରାଯାଇଛି।

କେନ୍ୟୁଜ୍(ବ୍ୟୁରୋ): କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନ ଜନକ ଡିଲିଟ ପ୍ରଦାନ । କେନ୍ଦ୍ର ମନ୍ତ୍ରୀ ରାଜକୁମାର ରଞ୍ଜିତ ସିଂହଙ୍କ ଉପସ୍ଥିତିରେ ଆସାମ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ ଡକ୍ଟର ସାମନ୍ତଙ୍କୁ ଏହି ସମ୍ମାନ ସୂଚକ ଡିଲିଟ ପ୍ରଦାନ କରିଥିଲେ ।

ଏହାପୂର୍ବରୁ ୫୦ଟି ଡିଲିଟ ଡକ୍ଟର ସାମନ୍ତ ପାଇଥିବାରୁ ଏହା ତାଙ୍କ ପାଇଁ ୫୧ ଡିଲିଟ ପ୍ରାପ୍ତ ହେଲା । ବିଶ୍ୱବିଦ୍ୟାଳୟ ପକ୍ଷରୁ ଭବ୍ୟ ସମାବର୍ତ୍ତନ ଉତ୍ସବର ଆୟୋଜନ କରାଯାଇଛି । ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ ଏହି ଡିଲିଟ ସମ୍ମାନ ପତ୍ର ପ୍ରଦାନ କରି ଡକ୍ଟର ସାମନ୍ତଙ୍କ ନିଷ୍ଠା, ତ୍ୟାଗ,ବୁଦ୍ଧିମତ୍ତା ଓ ପଛୁଆ ବର୍ଗଙ୍କ ପାଇଁ ସମର୍ପିତ ଅବଦାନ ସମ୍ପର୍କରେ ସୂଚାଇଥିଲେ। ଶଙ୍କର ଦେବ ବିବିଦ୍ୟାଳୟର ଗୌରବ ସମ୍ପର୍କରେ ରାଜ୍ୟପାଳ ବକ୍ତବ୍ୟ ରଖିଥିଲେ । ପଛୁଆ ବର୍ଗଙ୍କୁ ଶିକ୍ଷାର ମୂଳ ସ୍ରୋତରେ ଆଣିବା ଏବଂ ସମାଜ ସେବା କ୍ଷେତ୍ରରେ ଡକ୍ଟର ସାମନ୍ତଙ୍କ ଅବଦାନର ସ୍ୱୀକୃତି ସ୍ୱରୂପ ଏହି ଡିଲିଟ୍‌ ପ୍ରଦାନ କରାଯାଉଛି ବୋଲି ଉପାଚାର୍ଯ୍ୟ ଡକ୍ଟର ମୃଦୂଲ୍‌ ହଜାରିକ ସ୍ୱାଗତ ଭାଷଣରେ ସୂଚାଇଥିଲେ । ଏହି ଅବସରରେ ଶିକ୍ଷା ଜଗତର ବିଭିନ୍ନ ବ୍ୟକ୍ତିଙ୍କ ସହ ଶିକ୍ଷାର୍ଥୀ ମାନେ ମଧ୍ୟ ଡକ୍ଟର ସାମନ୍ତଙ୍କୁ ଭେଟି ସ୍ୱାଗତ ଜଣାଇଥିଲେ । ଭିନ୍ନ ଏକ ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ବିଶ୍ୱବିଦ୍ୟାଳୟର କର୍ମକର୍ତ୍ତା ମାନଙ୍କୁ ଡକ୍ଟର ସାମନ୍ତ ସ୍ୱାଗତ ଜଣାଇଥିଲେ । ତାଙ୍କ କାର୍ଯ୍ୟର ମୂଲ୍ୟବୋଧ ଓ ବାସ୍ତବତା ଏହା ଦ୍ଵାରା ବାରମ୍ବାର ସ୍ୱୀକୃତି ପାଉଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.