Below header

ପଶ୍ଚିମବଙ୍ଗରେ ହୋଇଥିବା ରାମନବମୀ ହିଂସାକାଣ୍ଡର ତଦନ୍ତ କରିବ NIA, ଆଦେଶ ଦେଲେ କଲିକତା ହାଇକୋର୍ଟ

ରାମନବମୀ ଉତ୍ସବ ସମୟରେ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା। ଏହି ସମୟରେ ପଥର ମାଡ଼, ଜଳାପୋଡ଼ା ସାଙ୍ଗକୁ ମାରପିଟ ଭଳି ଅନେକ ଘଟଣା ସାମ୍ନାକୁ ଆସିଥିଲା।

ପଶ୍ଚିମବଙ୍ଗରେ ରାମନବମୀ ସମୟରେ ହୋଇଥିବା ହିଂସା ଘଟଣାକୁ ନେଇ କଲିକତା ହାଇକୋର୍ଟ ମାମଲାର ତଦନ୍ତ କରିବାକୁ NIAକୁ ନିର୍ଦ୍ଦେଶ ଦେଇଛନ୍ତି। କହି ରଖୁଛୁ ଯେ ରାମନବମୀ ଉତ୍ସବ ସମୟରେ ପଶ୍ଚିମବଙ୍ଗର ଅନେକ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା। ଏହି ସମୟରେ ପଥର ମାଡ଼, ଜଳାପୋଡ଼ା ସାଙ୍ଗକୁ ମାରପିଟ ଭଳି ଅନେକ ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ଗାଡ଼ି, ଦୋକାନ ଏବଂ ଜନସାଧାରଣ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦିଆଯାଇଥିଲା।

ପଶ୍ଚିମବଙ୍ଗରେ ମାର୍ଚ୍ଚ ୩୦ରୁ ହାଓ୍ଵଡ଼ା, ଉତ୍ତର ଦିନାଜପୁର ଓ ଇସ୍‌ଲାମପୁରରେ ଶୋଭାଯାତ୍ରା ସମୟରେ ସଂଘର୍ଷ ଘଟିଥିଲା। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ପରେ ହାଓ୍ଵଡ଼ା ଓ ରିସଡା ବ୍ୟତୀତ ଅନେକ ସ୍ଥାନରେ ଶୋଭାଯାତ୍ରା ବେଳେ ହିଂସାତ୍ମକ ଘଟଣା ଘଟିଥିଲା।

ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବା ପାଇଁ ସୁରକ୍ଷା କର୍ମୀଙ୍କୁ ଲୁହ ବୁହା ଗ୍ୟାସ୍‌ ଛାଡ଼ିବାକୁ ପଡିଥିଲା। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ମଧ୍ୟ ତାତି ଜୋର୍‌ ଧରିଥିଲା। ଉଭୟ ଟିଏମସି ଏବଂ ବିଜେପି ପରସ୍ପର ଉପରେ ହିଂସାକୁ ପ୍ରୋତ୍ସାହନ ଦେବାର ଅଭିଯୋଗ ଆଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.