ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଲା ବଡ ଝଟକା, ଆଇପିଏଲରୁ ବାଦ୍ ପଡିଲେ ଓ୍ଵାଶିଂଟନ ସୁନ୍ଦର
ମାଂସପେଶୀ ଜନିତ ଆଘାତ ଯୋଗୁଁ ଦଳରୁ ବାଦ୍ ପଡିଲେ ଓ୍ଵାଶିଂଟନ ସୁନ୍ଦର । ସନରାଇଜର୍ସ ହାଇଦ୍ରାବାଦ ଟିମ୍କୁ ବଡ ଝଟକା । ଆଇପିଏଲ୍ ୨୦୨୩ରେ ବାକି ମ୍ୟାଚ ଖେଳିବେନି ଓ୍ଵାଶିଂଟନ ସୁନ୍ଦର ।
ଆଇପିଏଲ୍ ୨୦୨୩ ରେ ଟିମ୍ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଲା ବଡ ଝଟକା । ଦଳରୁ ବାଦ୍ ପଡିଛନ୍ତି ଷ୍ଟାର ଅଲରାଉଣ୍ଡର ଓ୍ଵାଶିଂଟନ ସୁନ୍ଦର । ଆଇପିଏଲ୍ର ବାକି ମ୍ୟାଚରେ ଆଉ ଖେଳିବେନି ସୁନ୍ଦର । ମାଂସପେଶୀ ଜନିତ ଆଘାତ ଯୋଗୁଁ ବାକିଥିବା ମ୍ୟାଚରୁ ବାଦ୍ ପଡିଛନ୍ତି ଓ୍ଵାଶିଂଟନ ସୁନ୍ଦର । ସନରାଇଜର୍ସ ହାଇଦ୍ରାବାଦ ଟୁଇଟ୍ କରି ସୂଚନା ଦେଇଛି । ତେବେ ହାଇଦ୍ରାବାଦ ତରଫରୁ ଓ୍ଵାଶିଂଟନଙ୍କ ବଦଳରେ କିଏ ଖେଳିବ ତାହା ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ ।
ଓ୍ଵାଶିଟନ ସୁନ୍ଦର ଆଇପିଏଲ୍ ୧୬ ସିଜିନରେ ଏପର୍ଯ୍ୟନ୍ତ ଭଲ ଖେଳି ନାହାନ୍ତି । ଏହି ସିଜିନରେ ଓ୍ଵାଶିଂଟନ ୭ଟି ମ୍ୟାଚରେ ୧୫ ପ୍ରତିଶତରେ ୧୦୦ ଷ୍ଟ୍ରାଇକ ରେଟ୍ରେ ୬୦ ରନ୍ କରିଛନ୍ତି । ତାଙ୍କର ଶ୍ରେଷ୍ଠ ସ୍କୋର ୨୪ ରହିଛି । ବୋଲିଂରେ ମଧ୍ୟ ତାଙ୍କର ନୈରାଶଜନକ ପ୍ରଦର୍ଶନ ରହିଛି। ସେ ୧୭.୪ ଓଭର ବୋଲିଂ କରି ମାତ୍ର ୩ଟି ଓ୍ଵିକେଟ ନେଇଛନ୍ତି । ଗୋଟେ ମ୍ୟାଚରେ ୩ଟି ଓ୍ଵିକେଟ ନେଇଥିବା ବେଳେ ବାକି ୬ଟି ମ୍ୟାଚରେ କୌଣସି ଓ୍ଵିକେଟ ନେଇନାହାନ୍ତି ଓ୍ଵାଶିଂଟନ ।
🚨 INJURY UPDATE 🚨
Washington Sundar has been ruled out of the IPL 2023 due to a hamstring injury.
Speedy recovery, Washi 🧡 pic.twitter.com/P82b0d2uY3
— SunRisers Hyderabad (@SunRisers) April 27, 2023
ସୁନ୍ଦର ଭଲ ପ୍ରଦର୍ଶନ ନ କରିବାକୁ ଯୋଗୁଁ ହାଇଦ୍ରାବାଦ ଟିମର ମଧ୍ୟକ୍ରମ ବ୍ୟାଟିଂ ଅର୍ଡର ଭାଙ୍ଗିପଡିଛି । ଓ୍ଵାଶିଂଟନ ନ ଖେଳିବା ହାଇଦ୍ରାବାଦ ପାଇଁ ଝଟକା ।
Goodbyes are really hard 😢
We are sure you will bounce back stronger, Washi 🧡🙌 pic.twitter.com/1FYx3Yk4y8
— SunRisers Hyderabad (@SunRisers) April 27, 2023
ଚଳିତ ସିଜିନରେ ସନରାଇଜର୍ସ ହାଇଦ୍ରାବାଦର ପ୍ରଦର୍ଶନ ନୈରାଶଜନକ ରହିଛି । ଏପର୍ଯ୍ୟନ୍ତ ୭ଟି ମ୍ୟାଚରୁ ମାତ୍ର ୨ଟି ମ୍ୟାଚ୍ ଜିତିଛି ଟିମ୍ । ୪ ପଏଣ୍ଟ ପାଇଁ ତାଲିକାର ୯ମ ସ୍ଥାନରେ ରହିଛି । ଆଉ ପ୍ଲେ ଅଫରେ ପହଞ୍ଚିବାର ସମ୍ଭାବନା ବହୁତ କମ୍ ରହିଛି ।