ସରିଲା ଶ୍ରୀ ଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ କାର୍ଯ୍ୟ: ମେ ମାସ ଶେଷ ସୁଦ୍ଧା ସରିବ ନାଟ ମଣ୍ଡପ ବିମ୍ କାମ

ଶେଷ ହେଲା ଶ୍ରୀ ଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ କାର୍ଯ୍ୟ। ମେ ମାସ ଶେଷ ସୁଦ୍ଧା ଶ୍ରୀ ଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପ ବିମ୍ କାର୍ଯ୍ୟ ଶେଷ ସହ ବାହୁଡା଼ ଯାତ୍ରାରେ ମହାପ୍ରଭୁଙ୍କ ବାହୁଡା଼ ପହଣ୍ଡିରେ ଆସୁଥିବା ରାସ୍ତାର ପୁର୍ନରଉଦ୍ଧାର କାର୍ଯ୍ୟ ଶେଷ କରାଯିବ ।

ପୁରୀ (କେନ୍ୟୁଜ): ଶେଷ ହେଲା ଶ୍ରୀ ଗୁଣ୍ଡିଚା ମନ୍ଦିର ଅନୁଧ୍ୟାନ କାର୍ଯ୍ୟ। ମେ ମାସ ଶେଷ ସୁଦ୍ଧା ଶ୍ରୀ ଗୁଣ୍ଡିଚା ମନ୍ଦିର ନାଟ ମଣ୍ଡପ ବିମ୍ କାର୍ଯ୍ୟ ଶେଷ ସହ ବାହୁଡା଼ ଯାତ୍ରାରେ ମହାପ୍ରଭୁଙ୍କ ବାହୁଡା଼ ପହଣ୍ଡିରେ ଆସୁଥିବା ରାସ୍ତାର ପୁର୍ନରଉଦ୍ଧାର କାର୍ଯ୍ୟ ଶେଷ କରାଯିବ । ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ଗୁଣ୍ଡିଚା ମନ୍ଦିର ଭିତରେ ପାନୀୟ ଜଳ ଓ ଫ୍ୟାନ ଓ କୁଳରର ବ୍ୟବସ୍ଥା କରାଯିବ ।

ଚଳିତ ବର୍ଷ ରଥଯାତ୍ରା ପରେ ବର୍ଷ ତମାମ ଶ୍ରୀ ଗୁଣ୍ଡିଚା ମନ୍ଦିର ଭକ୍ତ ପାଈଁ ଖୋଲା ଯିବା ନେଇ ଆଲୋଚନା କରାଯାଇଛି । ପରବର୍ତ୍ତୀ ସମୟରେ ଏହା ଉପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ। ମେ ମାସ ଶେଷ ସୁଦ୍ଧା ଗୁଣ୍ଡିଚା ମନ୍ଦିରର ବିଭିନ୍ନ ମରାମତି କାର୍ଯ୍ୟ ଶେଷ କରାଯିବା ନେଇ ଲକ୍ଷ ରଖାଯାଇଛି । ଜିଲ୍ଲାପାଳଙ୍କ ସହ ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ ସଦସ୍ୟଙ୍କ ସମେତ ଉପଜିଲ୍ଲାପାଳ, ଓବିସିସିର ଇଞ୍ଜିନିଅର ଉପସ୍ଥିତ ଥିଲେ।