Below header

ଭଦ୍ରକ: ତିହିଡି ବାରସର ପଞ୍ଚାୟତରେ ରିଲିଫ ଚାଉଳ ବଣ୍ଟନରେ ଅନିୟମିତତା, ସରପଞ୍ଚଙ୍କ ବିରୋଧରେ ସାଂଘାତିକ ଅଭିଯାଗ କଲେ ଲୋକେ

ଚାନ୍ଦବାଲି(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ପଞ୍ଚାୟତରେ ରିଲିଫ ଚାଉଳ ବଣ୍ଟନରେ ପାତର ଅନ୍ତର କରାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ପଞ୍ଚାୟତର କିଛି ବନ୍ୟା ବିପନ୍ନ । ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ଦଳଗତ ଓ ଘନିଷ୍ଠତା ମନୋଭାବ ରଖି ରିଲିଫ ଚାଉଳ ଓ ଟଙ୍କା ବାଣ୍ଟୁଥିବାର ଅଭିଯୋଗ କରିଛନ୍ତି ବାରସର ପଞ୍ଚାୟତର ତଳଦପା ଗାଁର ୧୫ରୁ ଉର୍ଦ୍ଧ ବନ୍ୟା ବିପନ୍ନ ପରିବାର।

chandbali 2

ତେବେ ତିହିଡି ବ୍ଲକ ଅଧ୍ୟକ୍ଷା ଓ ବିଡିଓଙ୍କ ପାଖରେ କରାଯାଇଥିବା ଲିଖିତ ଅଭିଯୋଗ ଅନୁସାରେ ବାରସର ପଞ୍ଚାୟତର ଅନେକ ପରିବାରର ୨ରୁ ୩ଜଣ ସଦସ୍ୟ ରିଲିଫ ଅନୁସାରେ ୫୦ କିଲୋ ଚାଉଳ ଓ ୫ ଶହ ଟଙ୍କା ମିଳିଥିବା ବେଳେ ସେହି ପଞ୍ଚାୟତର ବିଭିନ୍ନ ଗାଁରେ ବହୁ ବନ୍ୟା ବିପନ୍ନ ପରିବାର ରିଲିଫ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏମିତିକି ଏସିସି ଲିଷ୍ଟରେ ନାଁ ନଥିବା ପରିବାର ଲୋକେ ଟଙ୍କା ଦେଲେ ରିଲିଫ ମିଳିବ ନାହିଁ ସରପଞ୍ଚ କହିଥିବାରୁ କିଛି ସ୍ଥାନୀୟ ବାସିନ୍ଦା  ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.