ଲଞ୍ଚ ହେଲା ସ୍ୱଦେଶୀ ପ୍ରସ୍ତୁତ କାର Kia Sonet, ମୂଲ୍ୟ ୭ ଲକ୍ଷରୁ କମ୍‌

ଦକ୍ଷିଣ କୋରିଆ କମ୍ପାନୀ Kia ମୋଟର୍ସ ଭାରତରେ ଲଞ୍ଚ କରିଛିKia Sonet। ଏହାKia ଦମ ବହୁ ପ୍ରତିକ୍ଷୀତ କାର। ଏହି କାରର ମୂଲ୍ୟ ୬.୭୧ ଲକ୍ଷ ଟଙ୍କା ରହିଛି। ଏହି କାର ଲମ୍ବ ୩୯୯୫ ମିମି ରହିଥିବା ବେଳେ ଚଉଡା ୧୬୧୦ ମିମି ରହିଛି। ଏହା HTE, HTK, HTK+, HTX, HTX+ ଏବଂ GTX+ ରେ ଉପଲବ୍ଧ ହେବ।

ଏହି କାର ୮ଟି କଲରରେ ଉପଲବ୍ଧ ହେବ। କିଆର ଏହି କାର ହ୍ୟୁଣ୍ଡାଇ ଭେନ୍ୟୁ, ମାରୁତି ବ୍ରେଜା, ମହିନ୍ଦ୍ରା ଏକ୍ସୟୁଭି ୩୦୦, ଫୋର୍ଡ ଇକୋସ୍ପୋର୍ଟ ଏବଂ ଟାଟା ନେକ୍ସନକୁଟକ୍କର ଦେବ। ପୂର୍ବରୁ ଏହି ଗାଡିର ପ୍ରି ବୁକିଂ ୨୦ ଅଗଷ୍ଟରୁ ଆରମ୍ଭ ହୋଇଥିଲା। ଯେଉଁଥିପାଇଁ ଗ୍ରାହକଙ୍କୁ ୨୫ ହଜାର ଟଙ୍କା ଆଗୁଆ ଦେବାକୁ କୁହାଯାଇଥିଲା। ପ୍ରଥମ ଦିନରୁ ୬୫୦୦ରୁ ଉର୍ଦ୍ଧ୍ୱ କାର ବୁକ୍‌ ହୋଇଯାଇଥିଲା। ଭାରତରେ କିଆ କମ୍ପାନୀର ଏହା ତୃତୀୟ ମଡେଲ। ଏହାପୂର୍ବରୁ କମ୍ପାନୀ ଦୁଇଟି ମଡେଲSeltos ଏବଂ  Carnival  ଭାରତରେ ଲଞ୍ଚ କରିଥିଲା। ସବୁଠାରୁ ଖାସ୍‌ କଥା, ଏହି କାରକୁ ଭାରତରେ ହିଁ ପ୍ରସ୍ତୁତ କରାଯାଇଛି।

kia

ଫିଚର୍ସ: 

ଏହି ଗାଡିରେ ୬ଟି ଏୟାରବ୍ୟାଗ ରହିଛି। ଯେଉଁଥିରେ ଆଣ୍ଟି ଲକ ବ୍ରେକିଂ ସିଷ୍ଟମ ଅର୍ଥାତ୍‌ ଏବିଏସ ସହିତ ଇଲେକ୍ଟଟ୍ରନିକ ବେକ୍ର ଫୋସ ଡିଷ୍ଟ୍ରିବ୍ୟୁସନ ଅର୍ଥାତEBD ରହିଛି। ଗାଡିରେ ଫ୍ରଣ୍ଟ ଏବଂ ରିଅର ପାର୍କି ସେନସର, ପ୍ରୋଜେକ୍ଟର ଫଗ ଲେମ୍ପ, ଟାଏର ପ୍ରେଶନ ମନିଟରିଂ ସିଷ୍ଟମ, ଅଟୋ ହେଡଲ୍ୟାମ୍ପ, ISOFIX  ଚାଇଲ୍ଡ ସିଟ ଆକରିଂ ପଏଣ୍ଟ ମଧ୍ୟ ରହିଛି। ଏଥିରେ ଅନେକ ସେଗମେଣ୍ଟ ଫାଷ୍ଟ ଫିଚର୍ସ ଦିଆଯାଇଛି ବୋଲି କମ୍ପାନୀ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.