Below header

କାହିଁକି ହଟିଲା ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା Paytm ଆପ, ସ୍ପଷ୍ଟୀକରଣ ରଖିଲେ କମ୍ପାନୀ ଅଧିକାରୀ

ନିଜ ପ୍ଲେ ଷ୍ଟୋରରୁ ପେଟିଏମ୍ ଆପକୁ ହଟାଇ ଦେଇଛି । ଏବେ ପେଟିଏମ ଆପକୁ ଆଣ୍ଡ୍ରଏଡ଼ ୟୁଜର୍ସ ମାନେ କିଛି ସମୟ ପାଇଁ ଡାଉନଲୋଡ କରିପାରିବେ ନାହିଁ । କିନ୍ତୁ ପୂର୍ବଭଳି ପେଟିଏମ ମଲ, ପେଟିଏମ ବିଜିନେସ, ପେଟିଏମ ମନି ପରି ଆପ ଏବେ ବି ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି । ଆପଲ ଷ୍ଟୋରରୁ ଏହାକୁ ଡାଉନ ଲୋଡ଼ କରାଯାଇପାରିବ । କିନ୍ତୁ ପ୍ଲେ ଷ୍ଟୋରରୁ ହଟିବା ବାବଦରେ ପେଟିଏମ କତ୍ତୃପକ୍ଷ କହିଛନ୍ତିକି ଅସ୍ଥାୟୀ ଭାବରେ ଗୁଗୁଲ ପ୍ଲେ ଷ୍ଟୋରରୁ ପେଟିଏମକୁ ହଟାଯାଇଛି । କମ୍ପାନୀ ପକ୍ଷରୁ ଟ୍ୱିଟର ଜରିଆରେ ଏବାବଦରେ ସୂଚନା ଦିଆଯାଇଥିବା ବେଳେ ଖୁବ ଜଲ୍ଦି ଏହା ପୁଣି ଥରେ ପ୍ଲେ-ଷ୍ଟୋରକୁ ଫେରିବ ବୋଲି ସ୍ପଷ୍ଟ କରିଛି । କମ୍ପାନୀ ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି, ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଥିଲେ ମଧ୍ୟ ଗ୍ରାହକଙ୍କ ଟଙ୍କା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଅଛି । ଆଉ ଗ୍ରାହକ ମାନେ ପୁଣି ଥରେ ଏହାକୁ ବ୍ୟବହାର କରିପାରିବେ ।

ଅନ୍ୟପକ୍ଷରେ ଗୁଗୁଲ କମ୍ପାନୀ ପକ୍ଷରୁ ଏବାବଦରେ କୁହାଯାଇଛିଯେ, ଜୁଆ ଖେଳରେ ଭାଗ ନେଉଥିବା ଆପ ଗୁଡିକୁ ଗୁଗୁଲ କମ୍ପାନୀ ଏହା କେବେ ବି ପ୍ରସୟ ଦିଏ ନାହିଁ | କିନ୍ତୁ ପେଟିଏମକୁ ନେଇ କମ୍ପାନୀ ସେପରି କୌଣସି ମନ୍ତବ୍ୟ ଦେଇନାହିଁ । ପ୍ରତିବର୍ଷ ଆଇପିଏଲ ଲିଗ ଆରମ୍ଭ ହେବା ପୂର୍ବରୁ ଏହି ଧରଣର ଆପ ଅନେକ ସଂଖ୍ୟାରେ ଲଂଚ କରାଯାଇଥାଏ । ଗୁଗୁଲ ପକ୍ଷରୁ ଏହା ମଧ୍ୟ କୁହାଯାଇଛିକି, ଉପଭୋକ୍ତା ମାନଙ୍କୁ ଧୋକାଧାରୀରୁ ବଞ୍ଚାଇବା ପାଇଁ ହିଁ କମ୍ପାନୀ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.