ମାତ୍ର ୨ ଡକ୍ୟୁମେଣ୍ଟରେ କରିପାରିବେ ବିଜୁଳି କନେକସନ୍‌, ବିଦ୍ୟୁତ ଉପଭୋକ୍ତାଙ୍କୁ ସରକାର ଦେବେ ନୂଆ ‘ପାଓ୍ଵାର’

ସାରା ଦେଶରେ ବିଜୁଳି ଉପଭୋକ୍ତାଙ୍କୁ ନୂଆ ପାଓ୍ଵାର ମିଳିବାକୁ ଯାଉଛି। ସରକାର ପ୍ରଥମ ଥର ବିଜୁଳି ଉପଭୋକ୍ତାଙ୍କ ଅଧିକାରୀଙ୍କ ପାଇଁ ନୂଆ ନିୟମ ପ୍ରସ୍ତୁତ କରିଛନ୍ତି। ସରକାରଙ୍କ କହିବାନୁଯାୟୀ ବିଜୁଳି ଉପଭୋକ୍ତାଙ୍କ କାରଣରୁ ହିଁ ପାଓ୍ଵାର ସେକ୍ଟର ରହିଛି। ଦେଶର ନାଗରିକଙ୍କୁ ବିଜୁଳି ଉପଲବ୍ଧ କରିବା ପରେ ଏବେ ଉପଭୋକ୍ତାଙ୍କ ସନ୍ତୁଷ୍ଟି ଉପରେ ଫୋକସ କରିବା ବହୁତ ଗୁରୁତ୍ୱପୂର୍ଣ୍ଣ।

ଏଥିପାଇଁ ବହୁତ ଆବଶ୍ୟକ ସେବାର ଗୁଣବତ୍ତାକୁ ସୁଧାରିବା। ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ଆଜେଣ୍ଡା ତିଆରି କରାଯାଇଛି। ଏହି ପ୍ରସ୍ତୁତ ହୋଇଥିବା Electricity (Rights of Consumers) Rules, 2020 ଆଜେଣ୍ଡାରେ ଉପଭୋକ୍ତାଙ୍କୁ ଅନେକ ସୁବିଧା ଦିଆଯାଇଛି। ଏହି ନୂଆ ଆଜେଣ୍ଡା ମୁତାବକ ବିଜୁଳି ବିତରଣ କମ୍ପାନୀଙ୍କୁ ପ୍ରତି ବିଜୁଳି ଉପଭୋକ୍ତାଙ୍କର ପ୍ରତି ବର୍ଷ କେତେ ବିଜୁଳି କଟାଯିବ ଏବଂ କେତେ ସମୟ ପର୍ଯ୍ୟନ୍ତ ହେବ ଏହା ନିଷ୍ପତ୍ତି ନିଆଯିବ।

ବିଜୁଳି କନେକସନ୍‌ ମିଳିବା ହେଲା ସହଜ

  • ୧୦ କିଲୋଓ୍ଵାଟ ଲୋଡ ପାଇଁ କେବଳ ଦୁଇ ଡକ୍ୟୁମେଣ୍ଟସର ଆବଶ୍ୟକ ପଡିବ। ୧୫୦ କିଲୋଓ୍ଵାଟ ପଯ୍ୟର୍ନ୍ତ ଲୋଡ ପାଇଁ କୌଣସି ଡିମାଣ୍ଡ ଚାର୍ଜ କରାଯିବନାହିଁ। ଏପରି କରିବାର ମୁଖ୍ୟ କାରଣ ହେଉଛି ଅଧିକ ରୁ ଅଧିକ ଲୋକ କନେକସନ୍‌ ନେଇପାରିବେ।
  • ନୂଆ ବିଜୁଳି କନେକସନ ମେଟ୍ରୋ ସହରରେ ୭ ଦିନରେ ମିଳିଯିବ, ସେହିପରି ଅନ୍ୟ ନଗରପାଳିକାରେ ୧୫ ଦିନ ଏବଂ ଗ୍ରାମୀଣ ଅଞ୍ଚଳରେ ୩୦ ଦିନରେ ନୂଆ ବିଜୁଳି କନେକସନ ମିଳିଯିବ।

ବିଜୁଳି ଉପଭୋକ୍ତାଙ୍କୁ ମିଳିବ ନୂଆ ‘ପାଓ୍ଵାର’

  1. ଯଦି କୌଣସି ଗ୍ରାହକଙ୍କ ବିଲ୍‌ ୬୦ ଦିନ ବିଳମ୍ବରେ ଆସେ ତାହେଲେ ଗ୍ରାହକଙ୍କୁ ବିଲରେ ୨-୫% ପର୍ଯ୍ୟନ୍ତ ରିହାତି ମିଳିବ।
  2. ବିଜୁଳି ବିଲ୍‌ ପେମେଣ୍ଟ କ୍ୟାସ, ଚେକ, ଡେବିଟ୍‌ କାର୍ଡ କିମ୍ବା ନେଟ ବ୍ୟାକିଙ୍ଗ୍‌ କରିପାରିବେ। କିନ୍ତୁ ୧୦୦୦ ଟଙ୍କା କିମ୍ବା ଏହା ଏହା ଉପରେ ବିଲ୍‌ ହୋଇଥିଲେ ଆପଣ ଅନଲାଇନରେ ପେମେଣ୍ଟ କରିବେ।
  3. ବିଜୁଳି କନେକସନ କାଟିବା, ପୁର୍ନବାର ନେବା, ମିଟର ବଦଳାଇବା, ବିଲିଙ୍ଗ୍‌ ଏବଂ ପେମେଣ୍ଟକୁ ନେଇ ନୂଆ ନିୟମ କୋହଳ କରାଯିବବ।
    ସେବାରେ ବିଳମ୍ବ ହେଲେ ବିଜୁଳି ବିତରଣ କମ୍ପାନୀ ଉପରେ ପେନାଲ୍ଟୀ/ଜରିମାନାର ପ୍ରାବନ୍ଧନ କରାଯାଇଛି। ଏହି ଜରିମାନା ସିଧା ବିଲ୍‌ ସହିତ ଯୋଡା ହୋଇ ମିଳିବ।
  4. ଉପଭୋକ୍ତାଙ୍କ ପାଇଁ  24×7 ଟ୍ରୋଲ ଫ୍ରି ସେଣ୍ଟର ରହିବ। ନୂଆ କନେକସନ୍‌ ନେବା, କନେକସନ କାଟିବା, କନେକସନ୍‌ ସିଫ୍ଟ କରାଇବା ପାଇଁ ମୋବାଇଲ ଆପ୍‌ ଲଞ୍ଚ୍‌ କରାଯିବ। ସେବାରେ କୌଣସି ପ୍ରକାରର ପରିବର୍ତ୍ତନ ଯେମିତିକି ନାମ ବଦଳାଇବା, ଲୋଡ ବଦଳାଇବା, ମିଟର ବଦଳାଇବା ମଧ୍ୟ ଏହି ଆପ୍‌ ଜରିଆରେ ହୋଇପାରିବ।
  5. ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସରକାର ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ କମେଣ୍ଟସ ଏବଂ ପ୍ରତିକ୍ରିୟା ମାଗିଛନ୍ତି। ଲୋକଙ୍କର ପ୍ରତିକ୍ରିୟା ପରେ ନିୟମକୁ ଫାଇନାଲ ରୂପ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.