Below header

ଭିସୁଟର ସଫଳତା : ରକେଟ ସାଇନ୍ସ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାରଦର୍ଶିତା

ସମ୍ବଲପୁର(କେନ୍ୟୁଜ୍) : ଜାତୀୟ ସ୍ତରରେ ସମ୍ବଲପୁରକୁ ସଫଳତା। ଇଣ୍ଡିଆନ ସ୍ପେସ ରିସର୍ଚ୍ଚ ଅର୍ଗାନାଇଜେସନ- ଇସ୍ରୋର ଏକ ଇନୋଭେସନ ସେଣ୍ଟର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକନୋଲୋଜିରେ ଖୋଲିବାକୁ ଯାଉଛି। ଏହା ଜଣାପଡ଼ିବା ପରେ ଭିସୁଟରେ ଆନନ୍ଦର ମାହୋଲ।

ଚର୍ଚ୍ଚାରେ ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଟେକନୋଲୋଜି- ଭିସୁଟ। ରକେଟ ସାଇନ୍ସ କ୍ଷେତ୍ରରେ ଜାତୀୟ ସ୍ତରରେ ସଫଳତା ପାଇଛନ୍ତି ଏଠାକାର ଛାତ୍ରଛାଚ୍ରୀ। ଛାତ୍ରଛାତ୍ରୀଙ୍କ ନୂଆ ଜ୍ଞାନକୌଶଳ ବାଧ୍ୟ କରିଛି ଇସ୍ରୋର ବୈଜ୍ଞାନିକମାନଙ୍କୁ ଏଠାକୁ ଆସିବା ପାଇଁ। ଛାତ୍ରଛାତ୍ରୀଙ୍କ କୃତିତ୍ୱ ପାଇଁ ଇସ୍ରୋ ଭିସୁଟରେ ଏକ ଇନୋଭେସନ ସେଣ୍ଟର ଖୋଲିବାକୁ ଯାଉଛି। ଏହି ଖବର ଜଣାପଡ଼ିବା ପରେ ବିଶ୍ୱବିଦ୍ୟାଳୟରେ ଖୁସିର ଆନନ୍ଦ ଖେଳିଯାଇଛି। ପରସ୍ପରକୁ ମିଠା ଖୁଆଇ ଆନନ୍ଦ ପ୍ରକାଶ କରିଛନ୍ତି।

vsut

ଗତ ଡିସେମ୍ବର ୧୯ ତାରିଖରେ ଇସ୍ରୋ ବେଙ୍ଗାଳୁରୁ କାର‌୍ୟ୍ୟାଳୟର ଏକ ୨ଜଣିଆ ବିଶେଷଜ୍ଞ ଦଳ ଭିସୁଟର ଭିତ୍ତିଭୂମି ପରିଦର୍ଶନ କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଭିସୁଟର ଭିତ୍ତିଭୂମି ମଧ୍ୟ ବୁଲି ଦେଖିଥିଲେ। ସବୁ ଅନୁଧ୍ୟାନ ପରେ ଭିସୁଟରେ ଇସ୍ରୋ ଇନୋଭେସନ ସେଣ୍ଟର ଖୋଲିବା ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି। ଏହି ମାନ୍ୟତା ମିଳିବା ପରେ ଭିସୁଟ ଅନେକ ଉପକୃତ ହେବ ବୋଲି ଡିନ କହିଛନ୍ତି।
ଇସ୍ରୋର ଇନୋଭେସନ ସେଣ୍ଟର ଭିସୁଟରେ ଖୋଲିଲେ ଛାତ୍ରଛାତ୍ରୀଙ୍କ ଉଚ୍ଚତ୍ତର ଗବେଷଣା ସହ ରାଜ୍ୟର ଗୌରବ ବୃଦ୍ଧି ପାଇବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.