ବଦଳିଲା ନିଷ୍ପତ୍ତି, ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଐତିହାସିକ ଘୋଡା

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଘୋଡା ଓ ଯୋଦ୍ଧାଙ୍କ ପ୍ରତିମୂର୍ତ୍ତି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ ମହଲ । ସ୍ମାର୍ଟ ସିଟି ପ୍ରକଳ୍ପ କାରଣରୁ ଘୋଡା ପ୍ରତିମୂର୍ତ୍ତି ହଟିବା କଥାକୁ ଚର୍ଚ୍ଚା ଉଠିଥିଲା । ଖବର ଜାଣିବା ପରେ ଅସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ । ଡିଜାଇନ୍‌ ପରିବର୍ତ୍ତନ କରାଯାଉ, ହେଲେ ଘୋଡ଼ାର ସ୍ଥାନ ବଦଳିପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଘୋଡ଼ା ନ ହଟାଇବା ଲାଗି ସ୍ଥିର ହୋଇଛି। ସୂଚନାନୁଯାୟୀ, ଏକ ଟିମ୍‌ ଆସି ଘୋଡା ମୂର୍ତ୍ତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଘୋଡାରେ କିଛି ଫାଟ, ଗାର ଆଦି ପଡିଛି । ଏସବୁର ମରାମତି କାର୍ଯ୍ୟ କରାଯିବ । ତେଣୁ କୁଶଳୀ କାରିଗରଙ୍କୁ ଆଣି ପ୍ରତିମୂର୍ତ୍ତିର ସୁରକ୍ଷା ଓ ମରାମତି ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ଦାୟିତ୍ୱ ଦିଆଯାଇଛି । ଘୋଡା ରହୁଥିବା ସ୍ଥାନଟିର ଅତି ଆକର୍ଷଣୀୟ ଡିଜାଇନ୍‌ କରାଯିବ । ଯେମିତିକି ଓଡ଼ିଶାର ଏକ ସ୍ମାରକୀ ଭଳି ପ୍ରତିଫଳିତ ହେବ। ଘୋଡା ଚାରିପଟେ ଆକର୍ଷଣୀୟ ଡିଜାଇନ୍‌ କରାଯିବ । କୁଶଳୀ କାରିଗର ମୂର୍ତ୍ତିର ମରାମତି କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.