Below header

ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ହାଜର ହେବ ଜଗବନ୍ଧୁ ଚାନ୍ଦ, ରିମାଣ୍ଡରେ ଆଣିବାକୁ ଆବେଦନ କରିବ ଇଡି

ଭୁବନେଶ୍ୱର(କେନ୍ୟୁଜ୍): ଖୋଲିବ ନାଗ ଚାନ୍ଦ ଗୁମର । ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ରହସ୍ୟ ଭେଦୁଛି ଇଡି । ଅର୍ଚ୍ଚନା ରିମାଣ୍ଡରେ ଥିବା ବେଳେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ଆଣିବ ଇଡି । ତାଙ୍କୁ ୧୫ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ।

ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରା ଜଜଙ୍କ କୋର୍ଟରେ ହାଜର ହେବ ଜଗବନ୍ଧୁ ଚାନ୍ଦ । ଏଥିପାଇଁ ଇଡି ପ୍ରଡକସନ୍‌ ପିଟିସନ୍‌ ଦାଖଲ କରିଥିଲା । ଅର୍ଚ୍ଚନାଙ୍କ ମନି ଲଣ୍ଡରିଂ ମାମଲାରେ ଜଗବନ୍ଧୁଙ୍କୁ ଗିରଫ କରିଛି ଇଡି । ତାଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ତଦନ୍ତକାରୀ ଟିମ୍‌ ।

ଜଗବନ୍ଧୁଙ୍କୁ ରିମାଣ୍ଡରେ ଆଣି ଅର୍ଚ୍ଚନା, ଶ୍ରଦ୍ଧାଞ୍ଜଳି, ଖଗେଶ୍ୱରଙ୍କ ସହ ମୁହାଁମୁହିଁ ଜେରା କରିପାରେ ଇଡି । ଶ୍ରଦ୍ଧାଞ୍ଜଳି ଏବେ ଫେରାର୍‌ ଅଛନ୍ତି । ବାରମ୍ବାର ସମନ୍‌ ପରେ ବି ସେ ଆଉ ଇଡିରେ ହାଜର ହେଉ ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.