Below header

ନିର୍ବାହୀ ଯନ୍ତ୍ରୀଙ୍କ କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି! ୪ଟି ପ୍ଲଟ ଓ ୨୬ ଲକ୍ଷ ବ୍ୟାଙ୍କ ଜମା ଠାବ କରିଛି ଭିଜିଲାନ୍ସ ବିଭାଗ

ଖୋର୍ଦ୍ଧା(କେନ୍ୟୁଜ୍):ନିର୍ବାହୀ ଯନ୍ତ୍ରୀଙ୍କ କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ଠାବ । ୪ଟି ପ୍ଲଟ ଓ ୨୬ ଲକ୍ଷ ବ୍ୟାଙ୍କ ଜମା ଠାବ କରିଛି ଭିଜିଲାଜ ବିଭାଗ । ଖୋର୍ଦ୍ଧା କ୍ଷୁଦ୍ର ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ଦାସଙ୍କ ଘର ଓ ଅଫିସରେ ଭିଜିଲାନ୍ସ ରେଡ୍‌ । ଆୟରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍‌ କରୁଛି ଟିମ୍‌।

ଭିଜିଲାନ୍ସ ଇନିସ୍‌ପେକ୍ଟର ମମିତା ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍‌ ରେଡ୍‌ କରୁଛି। କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ଅନ୍ୟ ଫାଇଲ ମଧ୍ୟ ଯାଞ୍ଚ କରୁଛି। ମନୋଜଙ୍କ ଭୁବନେଶ୍ୱରରେ ଦୁଇ ମହଲା ବିଲ୍ଡିଂ, ଆଠଗଡ଼ରେ ଏକ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ରହିଛି ।

ସେହିପରି ଭୁବନେଶ୍ୱର, କଟକ ଏବଂ ଆଠଗଡ଼ରେ ୪ଟି ପ୍ଲଟ ରହିଛି । ଏହାସହ ବ୍ୟାଙ୍କରେ ୨୬ଲକ୍ଷ ଟଙ୍କା ଜମା, ୧୮ ଲକ୍ଷ ଟଙ୍କାର ବୀମା ଜମା ରହିଛି । ୯ଲକ୍ଷ ଟଙ୍କାର ସୁନା ଅଳଙ୍କାର, ରୂପା, ୨ଟି ବାଇକ ସହ ଅନ୍ୟାନ୍ୟ ସାମଗ୍ରୀ ଠାବ କରିଛି ଭିଜିଲାନ୍ସ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.