Below header

ପବିତ୍ର ରାସ ପୂର୍ଣ୍ଣିମା ଅବସରରେ ରାଇରଙ୍ଗପୁରରେ “ମୁରୁଜରେ ମୋ ଜଗନ୍ନାଥ” ମୂରୁଜ ପ୍ରତିଯୋଗିତା ଅନୁଷ୍ଠିତ

ପବିତ୍ର ରାସ ପୂର୍ଣ୍ଣିମା ଅବସରରେ ରାଇରଙ୍ଗପୁରରେ “ମୁରୁଜରେ ମୋ ଜଗନ୍ନାଥ “ ମୂରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମାଉସୀ ମା ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ପଥସ୍ତୋବ ମୂରୁଜ ପ୍ରତିଯୋଗିତାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୨୫ଟି ପ୍ରତିଯୋଗୀ ଦଳ ଅଂଶଗ୍ରହଣ କରିଥିଲେ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଭଳି ଉପାନ୍ତ ଅଞ୍ଚଳରେ “ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ “ ରାଇରଙ୍ଗପୁର ଶାଖା ପକ୍ଷରୁ ପ୍ରଥମ ଥର ଆୟୋଜିତ ଏହି କାର୍ଯକ୍ରମ ସାଧାରଣରେ ବହୁ ପ୍ରଶଂସନୀୟ । ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ଵାରା ତିଆରି ମୁରୁଜ ଦର୍ଶକଙ୍କ ମନ ମୋହିଥିଲା । ରଙ୍ଗ ବେରଙ୍ଗ ମୁରୁଜରେ ବିଜୁ ପଟ୍ଟନାୟକ ଛକରୁ ମେଡିକାଲ ଛକ ପର୍ଯନ୍ତ ମୁଖ୍ୟ ରାସ୍ତା ଆକାଶରେ ଇଂଦ୍ରଧନୁ ସଦୃଶ୍ୟ ପ୍ରତୀୟମାନ ହେଉଥିଲା । ଏହି ମନୋରମ ମୂରୁଜ ଦେଖିବା ପାଇଁ ଦୂର ଦୁରାନ୍ତରୁ ଜଗନ୍ନାଥ ପ୍ରେମୀ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା । ଏହି ପ୍ରତିଯୋଗିତାରେ ୩ଟି ପ୍ରତିଯୋଗୀ ଦଳକୁ ଆଗାମୀ ସମ୍ମିଳନୀରେ ପୁରସ୍କୃତ କରିବାର କାର୍ଯକ୍ରମ ମଧ୍ୟ ପରିଷଦ ପକ୍ଷରୁ ହାତକୁ ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.